ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ...
ଭୁବନେଶ୍ୱର,୧୭/୧୧ : ୬ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ । ଗିରଫ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ସେଲ୍ ଏସପି ଏମ.ରାଧାକ୍ରିଷ୍ଣନ । ରବି ନାରାୟଣ ପଣ୍ଡା ଙ୍କର ୨ଟି କୋଠା ସହ ୧୨ଟି ପ୍ଲଟ, ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଫିକ୍ସ ଡିପୋଜିଟ ଠାବ କରିଛି ଭିଜିଲାନ୍ସ ।
Ad..
ସୂଚନା ଅନୁସାରେ ଚଢ଼ାଉ ବେଳେ ମିଳିଛି ପ୍ରାୟ ୨ କେଜିରୁ ଅଧିକ ସୁନା । ପୁଅର ଶ୍ବଶୁର ଘର ଗଦି ତଳୁ ମିଳିଥିଲା ୨୫ ଲକ୍ଷ ଟଙ୍କା । ଆଇଗିଣୀଆ ଘରେ ଥିବା ଫରେନ୍ ବ୍ରାଣ୍ଡ ଘଣ୍ଟା ଦେଖି ଭିଜିଲାନ୍ସ ମଧ୍ୟ ଜଳକା । ପୁଅ ସୌମିତ ପଣ୍ଡାଙ୍କ ଆକାଉଣ୍ଟକୁ ହୋଇଛି କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନ ।
ରବି ନାରାୟଣଙ୍କ ଘର ଭିତରେ ଥିବା ସିକ୍ରେଟ ଚାମ୍ବରରୁ ଅନେକ ତଥ୍ୟ ପାଇଛି ଭିଜିଲାନ୍ସ । ରୂପା ଗ୍ଲାସରେ ପାଣି ପିଉଥିଲେ ଦୁର୍ନୀତିଖୋର ବାବୁ । ଦୁଇଦିନ ଧରି ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ଉଦଳାରେ ହୋଇଥିଲା ରେଡ଼ ।
Edited by k.s thakur...


