ମଦ ବ୍ୟବସାୟୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ; ଡାକ୍ତରଖାନାରେ ଉତ୍ତେଜନା...
ଜଗତସିଂହପୁର, ୨୫/୧୧: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ବରତ୍ତୋଳ ଗାଁର ଜଣେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା । ମୃତକଙ୍କୁ ଅଭିଯୁକ୍ତ ଅନେକ ଥର ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ।
ସୂଚନା ଅନୁସାରେ, ୨୭ ବର୍ଷୀୟ ଯୁବକ ମହେଶ୍ୱର ରାଉତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଗାଁରେ ଉତ୍ତେଜନା ଦେଖା ଦେଇଛି। ମହେଶ୍ୱରଙ୍କୁ ସେହି ଗାଁର ସୁଦର୍ଶନ ସ୍ୱାଇଁ ନାମକ ଜଣେ ଯୁବକ ସପ୍ତାହକ ମଧ୍ୟରେ ବାରମ୍ବାର ମରଣାନ୍ତକ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ମୃତକ ଗାଁମୁଣ୍ଡରେ ଚୋରାମଦ ବେପାର କରୁଥିବା ବେଳେ ସେହି ଗାଁର ସୁଦର୍ଶନ ସ୍ୱାଇଁ ମଧ୍ୟ ଚୋରାମଦ ବେପାର କରି ଗିରଫ ହୋଇଥିଲେ। ସୁଦର୍ଶନକୁ ପୋଲିସ ଧରିବା ପଛରେ ମୃତକଙ୍କ ହାତଥିବା ସନ୍ଦେହ କରି ସୁଦର୍ଶନ ବାରମ୍ବାର ମହେଶ୍ୱରକୁ ମରଣାନ୍ତକ ଆକ୍ରମଣ କରିଥିଲା। ବୁଧବାର ଦିନ ଗୁରୁତର ଅବସ୍ଥାରେ ମହେଶ୍ୱରକୁ ତାର ପରିବାର ଲୋକେ ଏରସମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।
ମୃତ୍ୟୁ ଖବରପାଇ ମହେଶ୍ୱରଙ୍କ ଆତ୍ମୀୟ ଓ ପଡୋଶୀମାନେ ଡାକ୍ତରଖାନା ପରିସରରେ ଅଭିଯୁକ୍ତର ଗିରଫ ଦାବିରେ ପାଟିତୁଣ୍ଡ କରିଥିଲେ। ଘଟଣା ସମ୍ପର୍କରେ ମୃତ ମହେଶ୍ୱରର ବାପା କୈଳାସ ରାଉତ ଏରସମା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଏରସମା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି।
Edited by k.s thakur...


