ମହିଳା ଙ୍କ ଅର୍ଦ୍ଧ ପୋଡ଼ା ମୃତ ଦେହ ଠାବ ? ପୋଲିସ ର ତଦନ୍ତ ଜାରି...
କଣ୍ଟାବାଞ୍ଜି,୨୫/୧୧ : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା ରୁ ଲାଠୋର ଯିବା ରାସ୍ତା ର କଲେଜ ପାଖ ରେ ଥିବା ଜଙ୍ଗଲ ଭିତରେ ଜଣେ ଅଜଣା ବ୍ୟକ୍ତି ଙ୍କ ପୋଡ଼ା ମୃତ ଦେହ ଠାବ ହୋଇଛି।
Ad..
ମୃତ ବ୍ୟକ୍ତି ଅଜଣା ମହିଳା ହୋଇଥିବା ସନ୍ଦେହ। ହତ୍ୟା ପରେ ନିଆଁ ରେ ପୋଡାଯାଇଛି । ଘଟଣା ସ୍ଥଳରେ ତୁରେକେଲା ,ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜି ପୋଲିସ ଚାରୋଟି ଥାନା ର ପୋଲିସ ପହଂଚି ତଦନ୍ତ କରିଥିଲେ ।
ପୋଡ଼ା ହୋଇଥିବା ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିନଥିବା ବେଳେ ମହିଳା ବୋଲି ସନ୍ଦେହ କରାଯାଉଛି । ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କଲେ ହତ୍ୟା ପରେ ମୃତ ଦେହକୁ ନିଆଁ ରେ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି । ପାଖରେ ମଦ ବୋତଲ ଓ ଦୁଇଟି ଗ୍ଲାସ ପଡିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ପହଂଚି ଥିବା ବେଳେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହଂଚି ଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ର ସଠିକ ତଥ୍ୟ ମିଳି ପାରିନାହିଁ , ପୋଲିସ ର ତଦନ୍ତ ଜାରି ରହିଛି।
Edited by k.s thakur...


