ବଙ୍ଗୋମୁଣ୍ଡା ଧନୁଯାତ୍ରା ରେ ରାଜ୍ୟସ୍ତରୀୟ କବିତା ପାଠ ମହୋତ୍ସବ...

ବଙ୍ଗୋମୁଣ୍ଡା ଧନୁଯାତ୍ରା ରେ ରାଜ୍ୟସ୍ତରୀୟ କବିତା ପାଠ ...

ବଙ୍ଗୋମୁଣ୍ଡା,୦୬। ୧୧ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଚାଲିଥିବା ୩୬ ତମ ବଙ୍ଗୋମୁଣ୍ଡା  ଧନୁଯାତ୍ରା ମହୋତ୍ସବ କମିଟୀ ଓ ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ମିିଲିତ ଆନୁକୂଲ୍ୟ ରେ ରାଜସ୍ତରୀୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏଥିରେ ସଭାପତି ଡ.ନାରାୟଣ ମିଶ୍ର ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ଧନୁଯାତ୍ରା କମିଟି ର କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ,କଂସ ଭୂମିକାରେ ଅଭିନୟ କରୁଥିବା ବରିଷ୍ଠ କଲକାର ରବୀନ୍ଦ୍ର ସାହୁ, ଓଡ଼ିଆ ଅଧ୍ୟାପକ ତଥା କବି ବିନୟ କୁମାର ଦାସ, ସାମାଜିକ କର୍ମୀ ସୁରଥ ବେହେରା, ଧନୁଯାତ୍ରା ର ପ୍ରତିଷ୍ଠାତା  ମାଧବ ହଂସ, ଅଧ୍ୟାପକ ଦିଲୀପ ପଶାୟତ,କବି ମଧୁସୂଦନ ମହାନନ୍ଦ, ଧନୁଯାତ୍ରା କମିଟି ସଭାପତି ତୁଲସୀରାମ ହଂସ, ସମ୍ପାଦକ ରଶ୍ମି ରଞ୍ଜନ ପୁଟେଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

କବି ଦେବାଶିଷ ବିଶି, ଲକ୍ଷ୍ମୀଧର ମାଝୀ, ହିମାଞ୍ଚଳ ସାହୁ, ସତ୍ୟନାରାୟଣ ମିଶ୍ର, ମହେନ୍ଦ୍ର ପାଣିଗ୍ରାହୀ, ପ୍ରତାପ ପାଣିଗ୍ରାହୀ, କନ୍ଦର୍ପ ଭୋଇ, ମଧୁସୂଦନ ସାହୁ,ଦେବରାଜ ମେହେର, ଜୟକୃଷ୍ଣ ମେହେର, ଆଲୋକ ବେହେରା, ନିତ୍ୟାନନ୍ଦ ବେହେରା, ମନୋରଞ୍ଜନ ବାରିକ, ହୁଲେଶ୍ୱର ହଂସ ପ୍ରମୁଖ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୀତବାସ ଯାନୀ ଓ ରାଧେଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସୁରେଶ ଭୋଇ ସଭା ସଂଯୋଜନା କରିଥିଲେ । ଏହି ଅବସର ରେ ବିଭିନ୍ନ ଉଲ୍ଲେଖ ନୀୟ ଅବଦାନ କରିଥିବା ବ୍ୟକ୍ତି ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କବି ମଧୁସୂଦନ ସାହୁ ଙ୍କ ଏକ ପୁସ୍ତକ  ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏଥିରେ  ଧନୁଯାତ୍ରା ମହୋତ୍ସବ କମିଟି ଓ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ  ର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ଅଞ୍ଚଳ ର କବି ମାନେ ଯୋଗ ଦେଇଥିଲେ ।  






Edited by k.s thakur...

Post a Comment

Previous Post Next Post