ଦୁର୍ବୃତ ଜାଲିଦେଲେ ତହସିଲଦାରଙ୍କର ଗାଡ଼ି...

ଦୁର୍ବୃତ ଜାଲିଦେଲେ ତହସିଲଦାରଙ୍କର ଗାଡ଼ି...

ବଡ଼ମ୍ବା,୦୬/୧୧ : କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ତହସିଲଦାରଙ୍କ ଗାଡ଼ିକୁ ଶନିବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ବଡ଼ମ୍ବା ଥାନା ପଥୁରିଆ ସାହିରେ ଏହି ଘଟଣା ଘଟି ଥିବା ସୂଚନା।

ସୂଚନା ଅନୁସାରେ ବଡ଼ମ୍ବା ତହସିଲଦାରଙ୍କ ଡ୍ରାଇଭର ବିରଞ୍ଚି ନାରାୟଣ ପାଟ୍ଟଯୋଶୀ ନିଜ ପଥୁରିଆ ସାହି ସ୍ଥିତ ଘରେ ଗାଡ଼ିଟିକୁ ରଖିଥିଲେ। ବିଳମ୍ବିତ ରାତିରେ ପ୍ରାୟ ୩ ଜଣ ଦୁର୍ବୃତ୍ତ ଆସି ଗାଡ଼ିର କାଚି ଭାଙ୍ଗି ଦେବା ସହ ସିଟ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ବାଲି ଓ ପଥର ମାଫିଆମାନେ ଏହି କାର୍ଯ୍ୟ କରିଥିବା ସନ୍ଦେହ କରୁଛନ୍ତି ତହସିଲଦାରଙ୍କ ଡ୍ରାଇଭର ବିରଞ୍ଚି ନାରାୟଣ ପାଟ୍ଟଶାଣୀ। ଏହି ଘଟଣା ନେଇ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ନୀଳକଣ୍ଡ ବେହେରା। ବଡ଼ମ୍ବା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।




Edited by k.s thakur...

Post a Comment

Previous Post Next Post