କରାଟେ ପ୍ରତିଯୋଗିତାରେ ୯ ସ୍ବର୍ଣ୍ଣ, ୭ ରୌପ୍ୟ ପଦକ ହାସଲ...
କଣ୍ଟାବାଞ୍ଜି,୦୧/୧୧ : ଓଡ଼ିଶା ରାଜ୍ୟ କୁ ପଛୁଆ ରାଜ୍ୟ ଭାବରେ ଗଣାଯାଉଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଗୁରୁକୃପା ମାରସ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ଓ ଟିଟିଲାଗଡ କରାଟେ ଆସୋସିଏସନ୍ ପକ୍ଷରୁ କୋରାପୁଟ ଠାରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ 4th SKAI National open KARATE CHAMPIONSHIP AND SELECTION FOR KARATE WORLD CUP 2022 ପ୍ରତିଯୋଗିତା ରେ ୮ଜଣ ପ୍ରତିଯୋଗୀ ଭାଗ ନେଇ ମୋଟ ୯ଟି ସ୍ବର୍ଣ୍ଣ ପଦକ ଏବଂ ୭ଟି ରୋପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ସାଜିଛନ୍ତି।
ଏହି 4TH SKAI NATIONAL OPEN KARATE CHAMPIONSHIP AND SELECTION FOR KARATE WORLD CUP 2022 ପ୍ରତିଯୋଗିତା ରେ ୯ଟି ରାଜ୍ୟ ରୁ ମୋଟ 335 ଜଣ କରାଟେ ପ୍ରତିଯୋଗୀ ଭାଗ ନେଇଥିଲେ।
ଏହି ପ୍ରତିଯୋଗିତା କୋରାପୁଟ ଜିଲ୍ଲାର ଦାମନଯୋଡି ସହର ର ନାଲକୋ କମ୍ୟୁନିଟି ହୋଲ୍ ଠାରେ ଗତ ଅକ୍ଟୋବର ୩୦ତାରିଖ ଦିନ ଅନୁଷ୍ଠିତ ହୋଇଥିଲା।ବଲାଙ୍ଗୀର ଜିଲ୍ଲାରୁ ଯାଇଥିବା ସମସ୍ତ ପ୍ରତିଯୋଗୀ ନିଜ ପ୍ରତିଦ୍ବନ୍ଦୀ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ୯ଟି ସ୍ବର୍ଣ୍ଣ ପଦକ ଓ ୭ଟି ରୋପ୍ୟ ପଦକ ହାସଲ କରିଛନ୍ତି।
କାତା ପ୍ରତିଯୋଗୀତା ରେ ଗୁରୁକ୍ରୁପା ମାର୍ଶ୍ଳାଟ ଏକାଡେମୀ କଣ୍ଟାବାଞ୍ଜି ର ଖେଳାଳି ପ୍ରେମକାନ୍ତ ମୋରେ ଏବଂ ଟିଟିଲାଗଡ କରାଟେ ଆସୋସିଏସନ୍ ରୁ ସାରଳା ସାହୁ ,ପୀୟୂଷ କୁମାର ବେହେରା, ଶ୍ରିଶାନ୍ତକୁମାର ମିଶ୍ର, ତ୍ରିଶ୍ନା ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଗୁରୁକ୍ରୂପା ମାର୍ଶ୍ଳାଟ ଏକାଡେମୀ କଣ୍ଟାବାଞ୍ଜିର ଖେଳାଳି ଇଶା ଛପଡିଆ, ଏଶ୍ୱରି ଛାପଡିଆ,ଏବଂ ଟିଟିଲାଗଡ କରାଟେ ଆସୋସିଏସନ୍ ର ଦାମୟନ୍ତି ସାହୁ ରୋପ୍ୟ ପଦକ ହାସଲ କରିଛନ୍ତି।
ସେହିଭଳି କୁମିତେ ପ୍ରତିଯୋଗିତା ରେ ଟିଟିଲାଗଡ କରାଟେ ଆସୋସିଏସନ୍ ର ଦମୟନ୍ତୀ ସାହୁ,ତୃଷ୍ଣା ବେହେରା,ପୀୟୂଷ କୁମାର ବେହେରା ,ସାରଳା ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଗୁରୁକୃପା ମାର୍ଶ୍ଳାଟ ଏକାଡେମୀ ର ଖେଳାଳି ଇଷା ଛପଡ଼ିଆ ,ଏସ୍ୱରି ଚ୍ଛାପଡିଆ,ପ୍ରେମ କାନ୍ତ ମୋରେ ଏବଂ ଟିଟିଲାଗଡ କରାଟେ ଆସୋସିଏସନ୍ ର ଖେଳାଳି ଶ୍ରିଶାନ୍ତ କୁମାର ମିଶ୍ର ରୋପ୍ୟ ପଦକ ହାସଲ କରିଛନ୍ତି ।
ଏହି ଦୁଇ ଅନୁଷ୍ଠାନ ର ଖେଳାଳି ମାନଙ୍କୁ ପ୍ରଶିକ୍ଷକ ସନସାଇ ଜିତୁ ପୃଷ୍ଟି ତାଲିମ ଦେଇ ଖେଳାଳି ମାନଙ୍କୁ ପ୍ରସ୍ତୁତ କରନ୍ତି ଏହି ଅବୋସରରେ ସେ ମଧ୍ୟ ଜଣେ ଗୌରବନ୍ଵିତ ପ୍ରଶିକ୍ଷକ ଭାବରେ ଗୌରବ ସାଜିଛନ୍ତି । ଯେଉଁଭଳି ଜଣେ ଶିଶୁ କୁ ଉତ୍ତମ ଶିଶୁ କରି ଗୋଢି ତୋଳିବା ପଛରେ ମା ର ହାତ ରହିଥାଏ ସେହି ଭଳି ଜଣେ ଛାତ୍ରକୁ ଉତ୍ତମ ଛାତ୍ର କରି ଗୋଢିତଳିବା ପଛରେ ଜଣେ ଉତ୍ତମ ଶିକ୍ଷକ ର ହାତ ରହିଥାଏ । ଯେଉଁଥିରେ କି ପ୍ରଶିକ୍ଷକ ସନସାଇ ଜିତୁ ପୃଷ୍ଟି ଉତ୍ତମ ଶିକ୍ଷକ ହେବା ର ପ୍ରମାଣ ଏହି ଉତିର୍ଣ୍ଣ ଖେଳାଳି ଙ୍କ ଦ୍ଵାରା ଦେଉଛନ୍ତି ଏବଂ ଏହି ଖେଳାଳି ମାନେ ଏକ ଉତ୍ତମ ପ୍ରଶିକ୍ଷକ ପାଇ ନିଜ ଉତ୍ତମ ଖେଳାଳି ହେବାର ପରିଚୟ ଦେଉଛନ୍ତି।
ଏହି ଗୌରବନ୍ଵିତ ଖେଳାଳି ମାନଙ୍କୁ ଟିଟିଲାଗଡ କରାଟେ ଆସୋସିଏସନ୍ ର ସେକ୍ରେଟାରୀ ସନସାଇ କେଦାର କବାଟ, ବଲାଙ୍ଗୀର ଜିଲ୍ଲା ର ଜୁଡୋ ଆସୋସିଏସନର ସେକ୍ରେଟାରୀ ସନସାଇ ଦେବେନ୍ଦ୍ର ଜୈନ ତଥା ଟିଟିଲାଗ଼ଡ ରେ ଥିବା ବିଭିନ୍ନ ଅନୁଷ୍ଠାନ ,ଏବଂ ସନ୍ତୋଷ କୁମାର ବେହେରା, ଗୁପ୍ତେଶ୍ୱର ସାହୁ, ସୁକାନ୍ତ କୁମାର ମିଶ୍ର, ଉମେଶ ଛାପଡ଼ିଆ, ଶ୍ରିନୁ ମୋରେ ତଥା ଟିଟିଲାଗଡ ର କେତେକ ବୁଦ୍ଧି ଜିବି ପୁଷ୍ପଗୁଚ୍ଛ ଏବଂ ଫୁଲ ମାଲ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।
Edited by k.s thakur...


Good 😍 I am proud of you pleyers
ReplyDeleteGood 👍
ReplyDeleteExcellent
ReplyDelete