ବିଜେପି ପକ୍ଷରୁ ବିଶାଳ ରାଲି , ନବୀନ ନିବାସ ଘେରାଉ...

ବିଜେପି ପକ୍ଷରୁ ବିଶାଳ ରାଲି , ନବୀନ ନିବାସ ଘେରାଉ...

ଭୁବନେଶ୍ୱର,୦୧/୧୧ : ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଛିଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ମୁଖ୍ୟମନ୍ତ୍ରୀ ସବୁ ଜାଣି ଚୁପ୍ ବସିଛନ୍ତି। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ତାଙ୍କୁ ଉଠାଇବାକୁ ଢୋଲ, ଘଣ୍ଟ ଓ ଝାଞ୍ଜ ବଜାଇ ନବୀନ ନିବାସ ଯାଉଛୁ। ଗତ କାଲି ଏପରି ରଣହୁଙ୍କାର ଦେଇ ରାସ୍ତାକୁ ଓହ୍ଲାଇଥିଲା ବିଜେପି।

ନବୀନ ନିବାସ ଘେରାଉ କରିବା ପାଇଁ ଶହ ଶହ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଭିନ୍ନ ସ୍ଲୋଗାନ ଓ ଢ଼ୋଲ, ଘଣ୍ଟ ଓ ଝାଞ୍ଜ, ବଜାଇ  ନବୀନ ନିବାସମୁହାଁ ହେଉଥିବା ବେଳେ ଶିଶୁଭବନ ଛକରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍‌।

ବିଜେପି କର୍ମୀମାନେ ବାରିକେଡ ଡେଇଁ ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ କେତେଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।  ପୁଲିସ ଅଟକାଇବାରୁ ରାସ୍ତା ଉପରେ ଶୋଇପଡ଼ିଥିଲେ ବିଜେପି କର୍ମୀ। କିଛି ନେତା ଓ କର୍ମୀଙ୍କୁ ପୁଲିସ୍ ଗିରଫ କରି ଅଟକ ମଧ୍ୟ ରଖିଛି।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଧ୍ୱଂସ ହୋଇଗଲାଣି। ଚାକିରିବାକିରି ନଥିବାରୁ ଯୁବକମାନେ ଅସହାୟ ହୋଇ ବୁଲୁଛନ୍ତି। ମହିଳାମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ବିଜେଡିର ମନ୍ତ୍ରୀ ଓ ବିଧାୟକ ଯୌନକେଳେଙ୍କାରୀ ସଂପୃକ୍ତ ରହୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛୁ। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଜବାବ ମିଳିନାହିଁ। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ  ବିଜେଡିର ବଡ଼ ବଡ଼ ନେତାଙ୍କର ସମ୍ପୃକ୍ତି ରହିଛି। ସେଥିରେ ପୁଲିସ ଅଧିକାରୀଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ପୁଲିସ ସେଥିପାଇଁ ଏହି ଘଟଣାକୁ ଘଣ୍ଟ ଘୋଡ଼ାଉଛି।





Edited by k.s thakur...

Post a Comment

Previous Post Next Post