IMD ର ସତର୍କ ସୂଚନା, ଆସୁଛି ବାତ୍ୟା ସି-ତ୍ରାଙ୍ଗ !
ଭୁବନେଶ୍ୱର,୨୦/୧୦ : ଆସୁଛି ବାତ୍ୟା ସି-ତ୍ରାଙ୍ଗ ! ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା! ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(IMD) ।ଏହି ମାସର ୨୮ ତାରିଖ ଭିତରେ ବାତ୍ୟା ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ ।
Ad..
ଉପକୂଳିଆ ଲୋକଙ୍କ ଭିତରେ ପଶିଛି ଛନକା । ବଢିଲା ସ୍ଥାନାନ୍ତର ଚିନ୍ତା । ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଏବଂ ବିଶେଷଜ୍ଞ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ଆଗୁଆ ପୂର୍ବାନୁମାନ କରିଥିବାବେଳେ ଏବେ ଆଇଏମ୍ଡି ବାତ୍ୟା ଆଶଙ୍କା ଦ୍ବନ୍ଦ ଦୂର କରିଛି ।
Ad..
ଆଇଏମ୍ଡି କହିଛି, ବାତ୍ୟା ସମ୍ଭାବନା ରହିଛି । ତେବେ ବାତ୍ୟାର ଗତିପଥ ଓ ତିବ୍ରତାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ଆସୁଛି । ଇସିଏମଡବ୍ଲୁଏଫ ଏବଂ ଜିଏଫଏକ୍ସ ମଡେଲର ଆକଳନ । ବାତ୍ୟା ପଶ୍ଚିମବଙ୍ଗର ଦିଘା ଠାରୁ ବାଲାଂଦେଶର ପଥର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ହେଲେ ଆଇଏମଡି ଜିଏଫଏକ୍ସ ମଡେଲ କହୁଛି ଓଡ଼ିଶାରେ ୨୮ ତାରିଖରେ ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ।
Edited by k.s thakur...



