ଯାଜପୁରରୁ ଚୋରି , ପୁରୀ ଜିଲ୍ଲାରେ ବିକ୍ରି - ପୋଲିସ ଖୋଲିଲା ଗୁମର...
ଯାଜପୁର, ୨୦/୧୦ : ଯାଜପୁର ରୁ ଚୋରି ଓ ପୁରୀ ଜିଲ୍ଲା ରେ ବିକ୍ରି। ଶିଳ୍ପ ସମ୍ପୃଦ୍ଧ ଯାଜପୁର ଜିଲ୍ଲାରୁ ଚୋରି ହେଉଥିଲା ଟ୍ରକ୍ ଓ ଟ୍ରକ୍କୁ ପୁରୀ ଜିଲ୍ଲାର କବାଡ଼ିଆଙ୍କୁ ବିକ୍ରି କରାଯାଉଥିଲା। କବାଡିଆମାନେ ଟ୍ରକ୍ର ଯନ୍ତ୍ରଂଶ କାଟି ବିକ୍ରି କରିଦେଉଥିଲେ। ଏପରି ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୁଲିସ୍। ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏଥିସହ ଦୁଇ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।
Ad..
ଯାଜପୁର ଜିଲ୍ଲା ଧର୍ମଶାଳା, ଜେନାପୁର,କୁଆଖିଆ ଓ ଯାଜପୁର ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଟ୍ରକ୍ ଚୋରି ହୋଇଥିଲା। ଏନେଇ ଟ୍ରକ୍ ମାଲିକମାନେ ଥାନାରେ ଲିଖିତ ଅଭିଯୋଗ କରୁଥିଲେ।
Ad..
ବାରମ୍ୱାର ଟ୍ରକ୍ ଚୋରି ହେଉଥିବାରୁ ଘଟଣାର ତଦନ୍ତ ପାଇଁ ଯାଜପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ଶେଷରେ ଧରା ପଡ଼ି ଥିଲେ ଚୋରି କରୁଥିବା ୮ ଜଣ ଅଭିଯୁକ୍ତ।
Edited by k.s thakur...



