ବକେୟା ଟଙ୍କା ମଗା କୁ କେନ୍ଦ୍ର କରି ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ...

ବକେୟା ଟଙ୍କା ମଗା କୁ କେନ୍ଦ୍ର କରି ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ...

ସୋର,୨୧/୧୦ :  ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଡ଼ଖୁରୀ ଛକ ପାଖରେ ବକେୟା ଟଙ୍କା ମାଗିବାରୁ ଜଣେ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀ ଜଣକ ହେଲେ କମରପୁର ଗାଁର ରବୀନ୍ଦ୍ର ଧଡ଼ା l

   Ad..



ରବୀନ୍ଦ୍ର ଧଡ଼ା କମରପୁରଠାରେ ଦୀର୍ଘଦିନ ହେବ ପ୍ଲାଷ୍ଟିକ ହୋଲସେଲିଙ୍ଗ କରୁଥିଲେ। ପଶ୍ଚିମବଙ୍ଗ ଅଞ୍ଚଳର କିଛି ବ୍ୟବସାୟୀ ତାଙ୍କଠାରୁ ଜିନିଷ ନେଇ ବ୍ୟବସାୟ କରି ପଇସା ଦେଉଥିଲେ। ହେଲେ ଏହି ବ୍ୟବସାୟମାନେ ରବୀନ୍ଦ୍ରଙ୍କ ଠାରୁ ଜନିଷ ନେଇ ଆଉ ପଇସା ଫେରାଇ ନଥିଲେ।

   Ad..



ଗତକାଲି ରବୀନ୍ଦ୍ର ସେମାନଙ୍କୁ ପଇସା ମାଗିବାରୁ ୫ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଯୁବକଙ୍କ ଆକ୍ରମଣରେ ରବୀନ୍ଦ୍ର ଗୁରୁତର ଆହତ ହୋଇଥିଲେ।  ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

   Ad..



ଏନେଇ  ରବୀନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି।  ଘଟଣାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ଓ ଘଟଣାର ତଦନ୍ତ କରୁଛି।

   Ad..







Edited by k.s thakur...

Post a Comment

Previous Post Next Post