ଜୟପୁର ବିମାନବନ୍ଦରକୁ ବିମାନ ଉଡ଼ାଣ ନେଇ DGCA ର ଅନୁମତି...
ଭୁବନେଶ୍ୱର,୨୧/୧୦ : ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୋରାପୁଟର ଜୟପୁରସ୍ଥିତ ବିମାନ ବନ୍ଦରକୁ ‘ଏରୋଡ୍ରମ ଲାଇସେନ୍ସ’ ପ୍ରଦାନ କରାଯାଇଛି ।Ad..
ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ ପୁଣି କେନ୍ଦ୍ରର ଉପହାର । ଅନେକ ବାଦ ବିବାଦ ପରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଜୟପୁର ବିମାନବନ୍ଦରକୁ ବିମାନ ଉଡ଼ାଣ ନେଇ ମିଳିଛି ଅନୁମତି । ଖୁବଶୀଘ୍ର ବିମାନ ସଂଯୋଗ ସୁବିଧା ମିଳିବ ।
Ad..
ଏନେଇ DGCA ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଉରକେଲା ବିମାନ ବନ୍ଦର ପରେ ରାଜ୍ୟର ୪ର୍ଥ ବିମାନ ବନ୍ଦର ଭାବେ ଜୟପୁରକୁ ବିମାନ ଚଳାଚଳ ସମ୍ଭବପର ହୋଇପାରିବ । ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ସମ୍ପୃକ୍ତ ଅଞ୍ଚଳର ବିକାଶ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ମଧ୍ୟ ହୋଇପାରିବ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଜୟପୁର ବାସିନ୍ଦା ।
Ad..
Edited by k.s thakur...




