ଛିଡା ହୋଇଥିବା ଟ୍ରକ୍ରେ ପିଟି ହେଲା ବାଇକ୍,୨ ମୃତ...
ସୋନପୁର,୨୨/୧୦ : ଗତକାଲି ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ବାଇଗନଜୁରୀ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ରେ ପିଟି ହୋଇଗଲା ବାଇକ୍। ଫଳରେ ଘଟଣାସ୍ଥଳରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ।
Ad..
ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ବାଇଗନଜୁରୀ ନିକଟରେ ଘଟିଛି। ମୃତକଦ୍ୱୟ ହେଲେ ବାବୁପାଲି ଗାଁର ଟୁନା ଶାଣ୍ଢ ଓ ସରୋଜ ଭୋଇ ।
Ad..
ସୂଚନା ଅନୁଯାୟୀ, ଟୁନା ଶାଣ୍ଢ ଓ ସରୋଜ ଭୋଇ ବାଇଗନଜୁରୀଠାରେ ଥିବା ସରକାରୀ ଚାଉଳ ଗୋଦାମରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଗତକାଲି ରାତିରେ ଡ୍ୟୁଟି ସାରି ଉଭୟ ଘରକୁ ଫେରୁଥିଲେ।
Ad..
ମାତ୍ର ରାସ୍ତା କଡ଼ରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରକ୍ରେ ପିଟି ହୋଇଗଲା ସେମାନଙ୍କ ବାଇକ୍। ଫଳରେ ଘଟଣାସ୍ଥଳରେ ହିଁ ଟୁନା ଓ ସରୋଜଙ୍କ ମୃତ୍ୟୁ ହୋଇଥିଲା।
Ad..
Edited by k.s thakur..





