ଓଡ଼ିଶାରେ ଦିନକୁ ଦିନ ବଢି ଚାଲିଛି ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା..
ଭୁବନେଶ୍ୱର,୨୨/୧୦ : ୧୯୭୧ରେ ବାଂଲାଦେଶ ସୃଷ୍ଟି ପରେ ଶରଣାର୍ଥୀ ଭାବେ କିଛି ବାଂଲାଦେଶ ନିବାସୀ ଓଡ଼ିଶାରେ ପ୍ରବେଶ କରିଥିଲେ । ମାତ୍ର ଶରଣାର୍ଥୀ ବଦଳରେ ୫୦ ବର୍ଷ ମଧ୍ୟରେ ଅନୁପ୍ରବେଶକାରୀଙ୍କ ସଂସ୍ଥା ଢେର୍ ବଢ଼ିସାରିଛି ।
Ad..
ଯେଉଁଥିପାଇଁ ସେମାନେ ଭାରତ ସୀମାକୁ ଆସି ବିଭିନ୍ନ କୁକାର୍ଯ୍ୟରେ ଲିପ୍ତ ରହୁଛନ୍ତି । ୨୦୨୧ ଜୁଲାଇରେ କଲିକତାରୁ ଗିରଫ ହୋଇଥିବା ଜମାତ-ଉଲ-ମୁଜାହିଦ୍ଦିନ ବାଙ୍ଗଲାଦେଶ ବା ଜେ-ଏମ-ବି ଆତଙ୍କବାଦୀ ସଙ୍ଗଠନର ଦୁଇ ସଦସ୍ୟଙ୍କ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଥିଲା ।
Ad..
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମେଳରେ ରହି ନିଜ ଅପରେସନ ପ୍ଲାନ କରିଥିବା ଚର୍ଚ୍ଚା ହୋଇଥିଲା । ସେହିପରି ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ ପଛରେ ବି ବାଂଲା ଅପରାଧୀଙ୍କ ହାତ ଥିବା ସହ ମାଷ୍ଟର ମାଇଣ୍ଡ ବାଂଲାଦେଶ ପଳାଇଥିବା କମିଶନରେଟ ପୋଲିସ ଜାଣିବାକୁ ପାଇଥିଲା । ଏଭଳି ସ୍ଥିତିରେ ବାଂଲାଦେଶୀଙ୍କ ବେଆଇନ ପ୍ରବେଶ ରାଜ୍ୟ ଓ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ବେସକରାରୀ ତଥ୍ୟ ଅନୁସାରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ବାଙ୍ଗଲାଦେଶୀ ରହିଛନ୍ତି ।
Ad..
ବାଂଲା ଅନୁପ୍ରବେଶକାରୀଙ୍କ ପାଇଁ ବିପି ହାଇ । ରାତି ଅନ୍ଧକାରରେ ବୋଟ ମାଧ୍ୟମରେ ଓଡ଼ିଶାରେ ପ୍ରବେଶ କରୁଥିବା ଏହି ବିଦେଶୀଙ୍କୁ ସୁହାଉଛି ଢ଼ିଲା ସୁରକ୍ଷା ବ୍ୟବସ୍ଥା । ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷବର୍ଷ ଧରି ରହିବା ପରେ ଥଇଥାନ ହୋଇଯାଉଛନ୍ତି ଏହି ଅନୁପ୍ରବେଶକରୀ । ଭୂମିହୀନକୁ ମିଳୁଛି ପଟ୍ଟା । ଅନୁପ୍ରବେଶକାରୀ ସାଜୁଛନ୍ତି ଭାରତର ନାଗରିକ । ବଡ଼କଥା ହେଉଛି ଊଣା ଅଧିକେ ଏ ବିଷୟରେ ସରକାରଙ୍କ ପାଖରେ ଖବର ଥିଲେ ବି ରାଜ୍ୟ ସରକାର କିପରି ଚୁପ ବସିଛନ୍ତି ତାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ ।
Ad..
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟରେ ୩୭୪୦ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଇଥିବା ବେଳେ ୧୭୧୧ ଜଣଙ୍କୁ ନୋଟିସ ଦିଆଯାଇ ମାତ୍ର ୨୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଜାଲ କାଗଜ ପତ୍ର ତିଆରି କରି କିଛି ବର୍ଷ ରହିବା ପରେ ଭୋଟ ବ୍ୟାଙ୍କ ପାଇଁ ଏମାନଙ୍କୁ ଥଇଥାନ କରାଯାଉଥିବା ଅଭିଯୋଗ ହେଉଛି । ଏଥିରୁ ରାଜ୍ୟ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଯେ କେତେକ ମେହରବାନ ତାର ସ୍ପଷ୍ଟ ପ୍ରମାଣ ମିଳୁଛି ।
Edited by k.s thakur...





