ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

କଣ୍ଟାବାଞ୍ଜି, ୨୨/୧୦: ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ତୂରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବଗବାହାଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

          Ad..



କେନ୍ଦ୍ର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁରେକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଜଳନ୍ଧର ମହାକୁଡ ମୁଖ୍ୟ ଅତିଥି, ସମିତି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା।

   Ad ..



ତାପରେ କ୍ଳଷ୍ଟରର ବାରଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବିଭାଗ ଯଥା ନୃତ୍ୟ, ଗୀତ,ଚିତ୍ରାଙ୍କନ,ବକ୍ତୃତାରେ ଅଂଶଗ୍ରହଣ କରିଥିଲେ।ଯେଉଁମାନେ କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କୁ ପ୍ରମାଣପତ୍ର ଦେବା ସହିତ ପୁରସ୍କୃତ କରାଯାଇଥିଲା।

   Ad..



ଏହି କାର୍ଯ୍ୟକ୍ରମରେ ସିଆରସିସି ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଶିକ୍ଷୟିତ୍ରୀ କୁନି ମହାରଣା, ଲଳିତ ବାରିକ,ଅଜିତ ବାରିକ,ଶୁଭଦୀପ୍ତା ଦାଶ, ଟିକେଶ୍ୱରୀ ସେଠ,ସୁଦୀପ୍ତା ଜେନା, ମାନସ ରଂଜନ ଜାଲ,ପୁର୍ଣ୍ଣଚନ୍ଦ୍ର ପନିକା,ପ୍ରଫୁଲ୍ଲ ମାଝୀ, ପିତାମ୍ବର ଲୁହା, ଡମ୍ବରୁ ମେହେର, ଦେବ ବଗର୍ତ୍ତୀ, ଜାନକୀରାମ ସାମବେଦମ,ସୁଭଦ୍ରା ମେହେର, ସୁନିଲ ସଲଟର,ଦୀବାନୀ ରଣା, ନରେଶ ତାଣ୍ଡି, ବିଜୁଦାସ ମହାନନ୍ଦ,ସମୁଦ୍ର ରଣା ଆଦି ସହଯୋଗ କରିଥିଲେ।

   Ad..








Edited by k.s thakur... 

Post a Comment

Previous Post Next Post