ଜଳ ସମ୍ପଦ ଓ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଗନ୍ଧର୍ଲା ଠାରେ ସ୍ୱାଗତ ସମ୍ବର୍ଦ୍ଧନା...

ଜଳ ସମ୍ପଦ ଓ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଗନ୍ଧର୍ଲା ଠାରେ ସ୍ୱାଗତ ସମ୍ବର୍ଦ୍ଧନା...

ବଙ୍ଗୋମୁଣ୍ଡା,୨୩/୧୦ :-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଶ୍ରୀରାମ ଗାଁ ଫୁଟୁବଲ ଟୁର୍ଣ୍ଣ।ମେଣ୍ଟର ଉଦ୍ଧଯାପନୀଦିବସ ଖେଳ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଟିଟିଲାଗଡ଼ ରୁ ଶ୍ରୀରାମ ଆସୁଥିବା ବାଟରେ ଗନ୍ଧର୍ଲା ଗାଁ ଠାରେ ବିଜେଡି କର୍ମୀ ଓ ସ୍ୱୟଂ ସହାୟିକା ମାଁ  ମହିଳା ଗୋଷ୍ଠୀ ପକ୍ଷରୁ  ଜଳ ସମ୍ପଦ ଓ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

   Ad..



ତେବେ ଏହିଠାରେ  ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ମାନଙ୍କ ନୂତନ ଗୋଷ୍ଠୀ ଗୃହ କାର୍ଯ୍ୟାଲୟ ନିର୍ମାଣ ପାଇଁ ଓ ଉପର ମୁଣ୍ଡ ଥିବା ଲୋୟର ଇନ୍ଦ୍ର ଜଳ ଅମଳ ପ୍ରକଳ୍ପ ରୁ ଉନ୍ଦେର ନଦୀ ଅପର ପାର୍ଶ୍ୱ ଚାରିଟି ପଞ୍ଚାୟତ ଯଥା ଜାମଖୁଣ୍ଟା,ଗନ୍ଧର୍ଲା,ଚାନ୍ଦୋତାର, ଭୂର୍ଷାଗୁଡା ଉପାନ୍ତ ଇଲାକାରେ ଲାଗି ରହୁ ଥିବା ପ୍ରପୀଡ଼ିତ ଭୟାବହ ମରୁଡି ଶିକାର ହେବାକୁ ପଡୁଛି  ବର୍ଷକୁ ବର୍ଷ  ଚାଷୀ ମାନଙ୍କୁ ।

  Ad..



ତେବେଚାଷୀ ଙ୍କ ଜମିରେ ମକାର ମରୁଡ଼ି ରୁ ଚାଷ ସୁରକ୍ଷା ପାଇଁ ଉପର ମୁଣ୍ଡରେ ଥିବା ଜଳ ପ୍ରକଳ୍ପ ରୁ କେନାଲ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଜନସାଧାରଣ ଦାବି କରିଥିଲେ।ଏହି ସମ୍ପର୍କରେ ଏକଲେଖା ଅଞ୍ଚଳବାସୀଙ୍କ ପକ୍ଷରୁ ଦେଲେ ମନ୍ତ୍ରୀ ଶ୍ରୀମତୀ ସାହୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

  Ad..



ଏ ସମ୍ବର୍ଦ୍ଧନା ଅବସରରେ ଦଳୀୟ ବିଜେଡି ବରିଷ୍ଠ କର୍ମୀ ବିରଞ୍ଚି ଜାଲ, ପଙ୍କଜ ନାଗ, ଭବାନୀ ଶଙ୍କର ନାଗ,କୃପା ସିନ୍ଧୁ ଭୋଇ, ଶତାଧିକ କର୍ମୀ ମାଁ ମହିଳା ଉପସ୍ଥିତ ଥିଲେ।

  Ad..








Edited by k.s thakur...

Post a Comment

Previous Post Next Post