ଅର୍ଚ୍ଚନା ବିବାଦ; ପୁଲିସ କମିଶନରଙ୍କ ଅଫିସ ସମ୍ମୁଖରେ ବିଜେପିର ଅହୋରାତ୍ର ଧାରଣା...
ଭୁବନେଶ୍ୱର, ୨୩/୧୦ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ତେଜିଛି ଆନ୍ଦୋଳନ। ଅର୍ଚ୍ଚନା ନାଗ ହନିଟ୍ରାପରେ ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣି ଅହୋରାତ୍ର ଧାରଣାରେ ବସିଛନ୍ତି ବିଜେପି କର୍ମୀ। ଭୁବନେଶ୍ୱରରେ ପୁଲିସ କମିଶନରଙ୍କ ଅଫିସ ସମ୍ମୁଖରେ ଗତକାଲିଠୁ ବିଜେପିର ଧାରଣା ଚାଲିଛି।
Ad..
ପୁଲିସ ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବା ଓ ତଦନ୍ତ ବାଟବଣା ପ୍ରତିବାଦରେ ସତ୍ୟାଗ୍ରହ ସହ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ଦଳ। ଗତକାଲିଠୁ ଆରମ୍ଭ ହୋଇଥିବା ଧାରଣା ଆଜି ବି ଚାଲିଛି।
Ad..
ଅର୍ଚ୍ଚନା ନାଗ ଜାଲରେ ଫଶିଥିବା ନେତାଙ୍କ ନାଁ ପ୍ରକାଶ କରାଯିବା ସହ ଯେଉଁ ମନ୍ତ୍ରୀ ଓ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ହୋଇଛି ସେମାନଙ୍କ ଉପରେ ତଦନ୍ତ ପାଇଁ ଦଳ ଦାବି କରିଛି।
Ad..
ଏହାସହ ସହ ଅର୍ଚ୍ଚନା-ଜଗବନ୍ଧୁ କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ଦାବି କରିଛି। ସେହିପରି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ବି ସମୀର ଦାଶଙ୍କୁ ଜେରା ପାଇଁ ଦାବି କରିଛି ବିଜେପି। ଏହି ଦୁଇଟି ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୪୮ ଘଣ୍ଟା ଭିତରେ ତଦନ୍ତ ନ ହେଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ଦଳ।
Ad..
Edited by k.s thakur..





