ମାନ୍ଦଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

ମାନ୍ଦଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

କଣ୍ଟାବାଞ୍ଜି, ୨୩/୧୦ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରରେ ମହା ଧୁମଧାମରେ ସୁରଭି କାର୍ଯ୍ୟକ୍ରମ କୁଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା।

  Ad..



କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ କୁଇବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଳାସ ପୁଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଦଘାଟନ କରିଥିଲେ।ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ସଂଯୋଜନାରେ ବିଭିନ୍ନ  ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

  Ad..



ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ମଂଚ ପରିଚାଳନା କରିଥିଲେ।ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

   Ad..



ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ରଣା, ବିରଞ୍ଚି ନାରାୟଣ ସିଂ,ମଣି ମାଝୀ, ମନୋଜ ତାଣ୍ଡି, ପ୍ରମୋଦ ମାଝୀ, ପରମାନନ୍ଦ ସୁନା,ନିରଞ୍ଜନ ସୂନା,ସୁବାସ ଧରୁଆ, ଅକ୍ରୁର ପୁଟା, ଶରତ ମାଝୀ,ପ୍ରସନ୍ନ ମେହେର, ସୁବାସ ପୁଟେଲ,ପ୍ରମୋଦ ବେହେରା, ଭକ୍ତବନ୍ଧୁ ମେହେର ସହଯୋଗ କରିଥିଲେ।

  Ad..







Edited by k.s thakur...

Post a Comment

Previous Post Next Post