ଗୁନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ୍ ଇଞ୍ଜିନରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଲୋକୋ ପାଇଲଟ୍...
ଝାରସୁଗୁଡ଼ା, ୧୯/୧୦ : ଗୁନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ୍ ଇଞ୍ଜିନରେ ଲାଗିଲା ନିଆଁ। ଷ୍ଟେସନ୍ରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନ୍ରୁ ଆସିଛି ଏପରି ଖବର।
Ad..
ଗତ ରାତି ପ୍ରାୟ ୮ଟା ବେଳେ ବ୍ରଜରାଜନଗର ରେଳ ଷ୍ଟେସନରେ ପହଞ୍ଚିଥିଲା ଗୁନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ୍। ଯାତ୍ରୀମାନେ ବଗିରୁ ଓହ୍ଲାଉଥିଲେ। ଠିକ୍ ଏହି ସମୟରେ ହଠାତ୍ ଇଞ୍ଜିନ ଧୂଆଁ ବାହାରିଥିଲା। ହୁତ ହୁତ ହୋଇ ଇଞ୍ଜିନ ଜଳିଥିଲା। ଏହା ଦେଖି ଲୋକୋ ପାଇଲଟ୍ ଡେଇଁ ପଡ଼ିଥିଲେ। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ଲୋକ ପାଇଲଟ୍।
Ad..
ଚାହୁଁଚାହୁଁ ନିଆଁ ପୂରା ଇଞ୍ଜିନରେ ଲାଗି ଯାଇଥିଲା। କିନ୍ତୁ ନିଆଁ ବଗିକୁ ବ୍ୟାପି ନଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ତେବେ କେମିତି ଇଞ୍ଜିନରେ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।
Edited by k.s thakur..



