ସାଗୁନଭାଡ଼ି ଗ୍ରାମ ନିକଟରେ କେନାଲ ରେ ବିରାଟ ଘାଇ,ଏକର ଏକର ଚାଷ ଜମି ଜଳମଗ୍ନ...

ସାଗୁନଭାଡ଼ି ଗ୍ରାମ ନିକଟରେ କେନାଲ ରେ ବିରାଟ ଘାଇ,ଏକର ଏକର ଚାଷ ଜମି ଜଳମଗ୍ନ...

କଣ୍ଟାବାଞ୍ଜି,୧୯/୧୦ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତର ସାଗୁନଭାଡ଼ି ଗ୍ରାମର ଅନେକ ଚାଷୀ ଙ୍କ ଚାଷ ଜମି କେନାଲ ଘାଇ ଯୋଗୁଁ ଜଳମଗ୍ନ ହୋଇପଡିଛି ।ଲୋୟର ଇନ୍ଦ୍ର ପ୍ରକଳ୍ପ ରୁ ଆସିଥିବା ମୁଖ୍ୟ ବାମ କେନାଲରେ ୧୫ ଫୁଟରୁ ଅଧିକ ଓସାରର ଘାଇ ଯୋଗୁଁ କେନାଲ ପାଣି ଚାଷ ଜମି ଭିତରକୁ ମାଡିଯାଇଛି ।

   Ad..



ଜଳମଗ୍ନ ଯୋଗୁଁ ଏକର ଏକର ଜମିରେ ହୋଇଥିବା ଧାନ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି ।  ସୋମବାର ରାତିରେ ୧୫ ଫୁଟରୁ ଅଧିକ  ଘାଇ ସୃଷ୍ଟି ହୋଇଥିବା ନେଇ ଅନୁମାନ କରାଯାଉଛି ।କେନାଲ ର ବିରାଟ ଘାଇ ଯୋଗୁଁ ଚାଷ ଜମି ଜଳମଗ୍ନ ହୋଇପଡିବା ସହ ତଳ ମୁଣ୍ଡକୁ ପାଣି ଯିବାରେ ମଧ୍ୟ ଅସୁବିଧା ହେବ ।ଚଳିତ ବର୍ଷ ର ଆରମ୍ଭ ରୁ ଏଭଳି ଘାଇ ସୃଷ୍ଟି ହୋଇଥିବା ରୁ ଆଗାମୀ ଦିନରେ କେନାଲ ର ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚି ଦେଖା ଦେଇଛି ।

   Ad..



ସାଗୁନଭାଡ଼ି ଗ୍ରାମର ନଟବର ହଂସ,ସୁନାନ୍ତ ହଂସ,କପିଳ ହଂସ ଙ୍କ ଶହ ଅନେକ ଚାଷୀ ଙ୍କ ଏକର ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି ।ଚାଷୀ ମାନେ କ୍ଷୟକ୍ଷତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।ତେବେ ଏଦିଗରେ ଲୋୟର ଇନ୍ଦ୍ର ଜଳ ଅମଳ ପ୍ରକଳ୍ପ ର ମୁଖ୍ୟ ବାମ କେନାଲ ଦାୟିତ୍ବ ରେଥିବା ଅଧିକାରୀ ଅହେତୁକ ଖାମ ଖିଆଳି ଯୋଗୁ ଚାଷୀ ଙ୍କ ଫସଲ ହାନି ସାଙ୍ଗକୁ ଜମିରେ ପୋତି ହୋଇଛି କେନାଲ ହୁଡା ମାଟି।ତେବେଚାଷିଙ୍କ କ୍ଷେତିପୂରଣ ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟରେ ଦାବି ହେଉଛି।






Edited by k.s thakur..


Post a Comment

Previous Post Next Post