ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ,ପୂର୍ବରୁ ଖୋଲିନଥିଲେ, ଏବେ ଖୋଲିବେ ତ?

ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ,ପୂର୍ବରୁ ଖୋଲିନଥିଲେ, ଏବେ ଖୋଲିବେ ତ?

ପୁରୀ,୧୮/୧୦ : ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ୪ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏଠି ପ୍ରଶ୍ନ ରତ୍ନଭଣ୍ଡାର ନ ଖୋଲିବା ଷଡଯନ୍ତ୍ର ପଛର କିଏ ସେ ଖଳନାୟକ ?  ସୁରକ୍ଷିତ ଅଛି ତ ମହାପ୍ରଭୂଙ୍କ ରତ୍ନ ଅଳଙ୍କାର  ? ପୂର୍ବରୁ ଖୋଲିନଥିଲେ , ଏବେ ଖୋଲିବେ ତ ? 

         Ad..



ରତ୍ନଭଣ୍ଡାର ନ ଖୋଲିବାକୁ ମାନସିକ ଭାବେ ପ୍ରସ୍ତୁତ ବିଜେଡି ସରକାର ।  2018ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିନଥିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ। ଏବେ 2022ରେ ପୁଣି ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ଆସନ୍ତା 4 ସପ୍ତାହ ମଧ୍ୟରେ ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ କରି ସତ୍ୟପାଠ ଦାଖଲ କର। ବଡ ପ୍ରଶ୍ନ, ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ମାନିବେ ତ ରାଜ୍ୟ ସରକାର ? ଏମିତି କିଛି ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଅଭିଷେକ ଦାସ ନାମକ ଜଣେ ଭକ୍ତଙ୍କ ଜନସ୍ବାର୍ଥ ମାମଲା ଉପରେ ମାନ୍ୟବର ହାଇକୋର୍ଟ ଏହି ନିର୍ଦ୍ଦେଶ ପରେ ଏବେ ଅଠାକାଠିରେ ସରକାର।

   Ad..



ରତ୍ନଭଣ୍ଡାର ଅବସ୍ଥା ସଙ୍ଗୀନ ଓ ଏହାର ଜରୁରୀ ମରାମତିର ଆବଶ୍ୟକତା ରହିଛି। ଭଣ୍ଡାର ମେକାପ, ଗଜପତି ମହାରାଜା, 17 ଜଣିଆ ପ୍ରାଧୀକୃତ ସଦସ୍ୟ ଓ ଏଏସଆଇ ତରଫରୁ କୁହାଯାଇଥିଲେ ମଧ୍ୟ ଏବେସୁଦ୍ଧା ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ କରୁନାହାଁନ୍ତି ସରକାର।…ବଡ ପ୍ରଶ୍ନ, ରତ୍ନଭଣ୍ଡାର ଖୋଲିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ସରକାର ? କାଳେ ରତ୍ନଲୁଟର କେଳେଙ୍କାରୀ ଧରାପଡିଯିବ ସେଥିପାଇଁ ଡରୁଛନ୍ତି କି  ?

        Ad..



ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହୋଇଥିବା ବେଳେ ବିଭିନ୍ନ ସମୟରେ ଆରଟିଆଇ ରିପୋର୍ଟ ରାଜ୍ୟ ସରକାରଙ୍କ ମିଛୁଆ ମୁଖାର ପର୍ଦ୍ଦାଫାସ କରିସାରିଛି। ଚାବି କେମିତି ହଜିଲା, ଜଷ୍ଟିସ ରଘୁବୀର ଦାସ୍ ତଦନ୍ତ କମିଶନ ବସାଇ 22ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇଥିଲେ ବି ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହେଲାନାହିଁ। ରତ୍ନଭଣ୍ଡାର ଖୋଲିବେ କି ନାହିଁ ଏହା ସରକାରଙ୍କ ଆଭିମୁଖ୍ୟକୁ ସୂଚାଉଛି ବୋଲି କହିଛନ୍ତି ବୁଦ୍ଧିଜୀବୀ।

        Ad..



ରତ୍ନ ଭଣ୍ଡାର ନ ଖୋଲିବା ଷଡଯନ୍ତ୍ର ପଛର କିଏ ସେ ଖଳନାୟକ ? କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଧୋକ୍କା ପଛରେ କିଏ ? ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଗତ ଅଗଷ୍ଟ 8 ତାରିଖରେ ଲେଖାଯାଇଥିଲା ଚିଠି । କିନ୍ତୁ ଦୁଇମାସ  ପୁରି ଯାଇଥିଲେ ବି ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଆଇନ୍ ବିଭାଗ ତରଫରୁ କୌଣସି ଉତ୍ତର ଦିଆଯାଇନାହିଁ । ଭିତର ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଓ ଜରୁରୀ ମରାମତି ଆବଶ୍ୟକ ବୋଲି 2018ରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରବାଲ୍ ଓ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଥିଲେ ।

         Ad..



ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା 17 ଜଣିଆ ଟିମ୍ ଫେରିବା ପରେ ମରାମତି ନେଇ ମତପ୍ରକାଶ ପାଇଥିଲା। 4 ବର୍ଷ ବିତିଲାଣି ହେଲେ ମରାମତି ହେଲାନାହିଁ। କାହିଁକି ରତ୍ନଭଣ୍ଡାର ଖୋଲିବାକୁ ଡରୁଛନ୍ତି ରାଜ୍ୟ ସରକାର ? କାହିଁକି ଚୁପ୍ ଶ୍ରୀମନ୍ଦିର ପ୍ରଶାସନ ?  କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହିତ ସାଂଘାତିକ ଖେଳ କାହିଁକି ? ଚୋରୀ ହୋଇଯାଇଛି କି ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ମହଣମହଣ ସୁନା ଅଳଙ୍କାର?





Edited by k.s thakur...


Post a Comment

Previous Post Next Post