ବାଲେଶ୍ୱର ରେଳଷ୍ଟେସନରୁ କୋଟିଏ ଟଙ୍କା ର ବ୍ରାଉନସୁଗାର ଜବତ..

ବାଲେଶ୍ୱର ରେଳଷ୍ଟେସନରୁ କୋଟିଏ ଟଙ୍କା ର ବ୍ରାଉନସୁଗାର ଜବତ...

ଭୁବନେଶ୍ୱର,୧୮/୧୦ :  ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ଵର  ରେଳଷ୍ଟେସନ ନିକଟରୁ 1 କିଲୋ 60 ଗ୍ରାମ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବ୍ରାଉନସୁଗାର ଡିଲ୍ କରୁଥିବା ଦୁଇ ମାଫିଆ ଗିରଫ ହୋଇଛନ୍ତି ।

        Ad..



ଦୁଇ ମାଫିଆ ହେଲେ ଏସ.କେ ରାଜୁ, ଅମଜାଦ ଖାନ । ଏସଟିଏଫ ଏସପିଙ୍କ ସୂଚନା ଅନୁସାରେ, ଜବତ ବ୍ରାଉନସୁଗାର ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଲେଶ୍ଵର ରେଳ ଷ୍ଟେସନ ନିକଟରୁ ଜବତ କରାଯାଇଛି ।

   Ad..



ଅଭିଯୁକ୍ତ ଏକ ବାଇକରେ ଯଉଥିବା ସହ ଏକ ବ୍ୟାଗରେ ବ୍ରାଉନସୁଗାର ନେଉଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଗତ 2020 ମସିହାରୁ ଏସଟିଏଫ ନିଶାକୁ ନେଇ ଅପରେସନ ଆରମ୍ଭ କରିଥିଲା ।  ଏବେ ସୁଦ୍ଧା 60 କିଲୋ ବ୍ରାଉନସୁଗାର ଜବତ ହୋଇଛି ।  ଯାହାର ମୂଲ୍ୟ 60 କୋଟି ଟଙ୍କା ହେବ ବୋଲି କୁହାଯାଉଛି ।  202 ଗ୍ରାମ କୋକେନ୍,  11 କୁଇଣ୍ଟାଲ ଗଞ୍ଜେଇ, 750 ଗ୍ରାମ ଅଫିମ ଜବତ କରିବା ସହ 162 ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ ।





Edited by k.s thakur..

Post a Comment

Previous Post Next Post