ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା..

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା..

କରଞ୍ଜିଆ,୧୮/୧୦ : ଏକ ଅମାନବୀୟ କାଣ୍ଡ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗ୍ରାମରେ ଘଟିଛି। ଡାହାଣୀ ସନ୍ଦେହରେ କିଛି ଗ୍ରାମବାସୀ ଜୟରାମ ପୂର୍ତ୍ତୀଙ୍କ ପତ୍ନୀ ସୁନେଇ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

   Ad..



ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିରାଜମାନ କରୁଛି ଅନ୍ଧବିଶ୍ୱାସ, ହଜିଯାଉଛି ମାନବିକତା। ଡାହାଣୀ ସନ୍ଦେହରେ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ବହୁ ସମୟରେ ଜୀବନ ବି ନେଇ ଯାଉଛନ୍ତି। 

  Ad..



ଅଭିଯୁକ୍ତମାନେ ହେଲେ ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ,କାଣ୍ଡେ ହେମ୍ବ୍ରମ ଏବଂ ଜଣେ ନାବାଳକ। ବୃଦ୍ଧାଙ୍କୁ ଏକ ଟାଙ୍ଗିଆରେ ଛେଚି ହତ୍ୟା କରିଥିବା ସେମାନେ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି ।





Edited by k.s thakur..


Post a Comment

Previous Post Next Post