ଅର୍ଚ୍ଚନା ନାଗ ମାମଲାରେ ନିଦା ବିଷ୍ନୁ ସାଜିଛି କମିଶନରେଟ୍ ପୋଲିସ- ବିଜେପି...

ଅର୍ଚ୍ଚନା ନାଗ ମାମଲାରେ ନିଦା ବିଷ୍ନୁ ସାଜିଛି କମିଶନରେଟ୍ ପୋଲିସ- ବିଜେପି...

ଭୁବନେଶ୍ୱର,୧୭/୧୦ : ଓଡ଼ିଶାର ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ରେ ନିଦା ବିଷ୍ନୁ ସାଜିଛି ପୋଲିସ।  ଅର୍ଚ୍ଚନା ନାଗର ନାଗଫାଶରେ କିଏ ସେହି ବଡ଼ ବଡ଼ ନେତା ? କାହିଁକି ପୋଲିସ ନେଉନାହିଁ ଆକ୍ସନ । ରଙ୍ଗଶାଳାରେ କିଏ କିଏ ବ୍ୟକ୍ତି ସଂଶ୍ଳିଷ୍ଟ ଅଛନ୍ତି । 

   Ad..



ଏ ସବୁ ପ୍ରଶ୍ନ ନେଇ ଆଜି କମିଶନରେଟ ଅଫିସ ଘେରାଉ କରିଛି ଜିଲ୍ଲା ବିଜେପି । ଆଜି ପାୱାର ହାଉସ ଛକରୁ କମିଶନରେଟ ଅଫିସ ପର୍ଯ୍ୟନ୍ତ ଶତାଧିକ ବିଜେପି ଯୁବ, ମହିଳା କର୍ମୀ ଏକ ଶୋଭାଯାତ୍ରାରେ ଆରମ୍ଭ କରି ସିପି ଅଫିସ ନିକଟରେ ପହଞ୍ଚିଥିଲେ ।

   Ad..



ଅର୍ଚ୍ଚନା ନାଗ ଜେଲରେ ଅଛି । କିନ୍ତୁ ଏ ପର୍ଯ୍ୟନ୍ତ କାହିଁକି ତା ପୁରୁଷ ବନ୍ଧୁଙ୍କୁ ବନ୍ଧା ହୋଇନି । ପ୍ରମାଣ ନଷ୍ଟ କରିବା ପାଇଁ ପୋଲିସ ଦୋଷୀଙ୍କୁ ସମୟ ଦେଉନି ତ । ସେପଟେ ଯେଉଁ ପାୱାରଫୁଲ ନେତାମାନେ ଏ ସବୁ ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନେ ଏବେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । 

        Ad..



ତେଣୁ ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ଗିରଫ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ଜିଲ୍ଲା ସଭାପତି ବାବୁ ସିଂ । ସେପଟେ ଏଥିରେ ବହୁ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କୁ ମଧ୍ୟ ସରକାର ବାନ୍ଧନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।





Edited by k.s thakur...

Post a Comment

Previous Post Next Post