ମାନ୍ଦଲା କ୍ଳଷ୍ଟର ଶିକ୍ଷକବୃନ୍ଦଙ୍କ ଶିକ୍ଷା ଭ୍ରମଣ ଓ କ୍ଷେତ୍ର ପରିଦର୍ଶନ..(ସ୍ୱଛ୍ଛତା ହିଁ ସେବା ଉପରେ ଜନସଚେତନତା)
କଣ୍ଟାବାଞ୍ଜି, ୧୦/୧୦ : ସାରା ଭାରତବର୍ଷରେ ଆଜାଦୀ କା ଆମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ଦଶହରା ଛୁଟିରେ ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ଷେତ୍ର ପରିଦର୍ଶନ ଓ ଶିକ୍ଷା ପରିଭ୍ରମଣ କରିଛନ୍ତି।
Ad..
ପ୍ରକୃତିବଂଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀଙ୍କ ନେତୃତ୍ବରେ କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦଶହରା ଛୁଟିରେ ଗୁପ୍ତେଶ୍ୱର, ସଦାସର୍ବଦା ସୀମା ବିବାଦ ପାଇଁ ଖବର କାଗଜରେ ସ୍ଥାନୀତ ହେଉଥିବା କୋଟିଆ,ମାଛକୁଣ୍ଡ, ଡୁଡୁମା, ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦୋଓମାଳି,ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ।
Ad..
ପ୍ରତ୍ୟେକ ସ୍ଥାନର ସ୍ୱଛ୍ଛତା ହିଁ ସେବାକୁ ପାଥେୟ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍ୱଛ୍ଛତା ଉପରେ ସଚେତନତା କରିବା ସହିତ ନିଜେ ସଫାସୁତୁରା କରି ଅନ୍ୟ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପରିଦର୍ଶନରେ ଶିକ୍ଷକ ତଥା ପ୍ରକୃତିବଂଧୁ ସୂର୍ଯ୍ୟକାନ୍ତ ରଣା,କୃଷ୍ଣଚନ୍ଦ୍ର ରଣା, ଅକୃର ପୁଟା, ମଣି ମାଝୀ, କୁଳଧର ଚନ୍ଦନ, ବିନୋଦ ବଉକ,ପରମାନନ୍ଦ ସୁନା,ଶରତ ମାଝୀ, ଯଶୋବନ୍ତୀ ପୁଟେଲ,ଡିଙ୍କେଶ୍ୱରୀ ମାଝୀ, ମମତା ପଣ୍ଡା, ଚନ୍ଦ୍ରାବତୀ ଦେଇ,ସବିତା ରଣା,ରାଜୁ ଦୀପ,ଦେବ ବଗର୍ତ୍ତୀ ସମେତ ପଚିଶଜଣ ଯୋଗ ଦେଇଥିଲେ।
Edited by k.s thakur..



