ନୂନହାଡ଼ ରେ ୩୭ ତମ ଗଜଲକ୍ଷ୍ମୀ ପୂଜା ଉତ୍ସବ ଆୟୋଜିତ...
ବେଳପଡା : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ ନୂନହାଡ଼ ଗ୍ରାମରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଆୟୋଜିତ ହୋଇଯାଇଛି। ବିଗତ ୨ ବର୍ଷ କୋରାନା ମହାମାରୀ ପରେ ଏହି ବର୍ଷ ବଡ଼ ଧୁମ ଧାମ ଓ ଯାକ ଯମକ ରେ ମାଁ ଙ୍କ ପୂଜାର୍ଚ୍ଚନା କରଯାଉଛି।
Ad..
ଆୟୋଜନ କମିଟି ପକ୍ଷରୁ ମାଁ ଙ୍କ ପୂଜାର୍ଚ୍ଚନା ସହିତ ଲୋକଙ୍କ ମନୋରଞ୍ଜନ ଓ ଖାଦ୍ୟ ପେୟ ର ମଧ୍ୟ ବେଶ ଧ୍ୟାନ ଦିଆ ଯାଇଛି। ପୂର୍ଵ କିଛି ବର୍ଷ ପରି ଏହି ବର୍ଷ ମଧ୍ୟ ମିନା ବଜ଼ାର, ଅପେରା, ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପାଇଁ ଦୋକାନ ଓ ଠେଲା ଲଗା ଯାଇଛି।
Ad..
ଆୟୋଜନ ର ଆଝି ହେଉଛି ଦ୍ଵିତୀୟ ଦିନ। କମିଟି ସୂଚନା ଅନୁସାରେ ସହ ସହ ସଂଖ୍ୟା ରେ ଭକ୍ତଙ୍କ ଗହଳି ଲାଗି ରହିଥିବା ଦେଖିବା କୁ ମିଳୁଛି। ଆୟୋଜନ କମିଟି ରେ ସଭାପତି ଭୋଳନାଥ ସାହୁ,ସମ୍ପାଦକ ପ୍ରମୋଦ ମେହେର, ପୂଜା କର୍ତ୍ତା ପର୍ଶୁରାମ ବାଗ ଓ ସହ ଧର୍ମିଣୀ ଅନିଟ ବାଗ, କମିଟି ସଦସ୍ୟ ତୁଲାରାମ ମାଝୀ,ଅକ୍ଷୟ ସାହୁ,ଅନୀଳ ସାହୁ,ଗଣେଶ ମେହେର, ତପନ ମେହେର, ସଂଜୀବ ମହାକୁଡ଼,ଡମ୍ବରୁ ମେହେର ପ୍ରମୁଖ ସାମିଲ ଅଛନ୍ତି।
Edited by k.s thakur...



