ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୬ ଜିଲ୍ଲା କୁ ଆଲର୍ଟ ଜାରି..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୬ ଜିଲ୍ଲା କୁ ଆଲର୍ଟ ଜାରି..

ଭୁବନେଶ୍ବର, ୧୦/୧୦ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଶ୍ରୀଲଙ୍କା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦ୍ୱୈତନଗରୀ କଟକ ଏବଂ ଭୁବନେଶ୍ୱରରେ ଦିନ ତମାମ ପାଗ ମେଘୁଆ ରହିଥିବାବେଳେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଛି।

       Ad..



କିଛି ଅଞ୍ଚଳରେ ବର୍ଷା ପରିମାଣ ଅଧିକ ରହିଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କହୁଛି, ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଅଳ୍ପ କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଜିଲାରେ ବଜ୍ରପାତକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    Ad..



ମଙ୍ଗଳବାରଠାରୁ ବର୍ଷା ପରିମାଣ ହ୍ରାସ ପାଇବ, ତଥାପି କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ରବିବାର ବାଲେଶ୍ବର, କଟକ, ପାରାଦ୍ବୀପ, ଭୁବନେଶ୍ବର, ଗୋପାଳପୁର, ପୁରୀ, ଅନୁଗୋଳ, ଝାରସୁଗୁଡା, କେନ୍ଦୁଝର, ତାଳଚେର, ଭବାନୀପାଟଣା, କୋରାପୁଟ, ପାରଳାଖେମୁଣ୍ଡି, ନୟାଗଡ, ଦାରିଙ୍ଗବାଡି, ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଏବଂ ଜଗତସିଂହପୁରରେ ତୁହାକୁ ତୁହା ବର୍ଷା ହୋଇଛି।








Edited by k.s thakur..

Post a Comment

Previous Post Next Post