ଅସଲି ପୋଲିସ ହାବୁଡ଼ରେ ନକଲି ପୋଲିସ ଡ଼ିଆଇଜି...
କେନ୍ଦୁଝର, ୧୦/୧୦ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପୁଲିସ୍ ନିଜକୁ ନକଲି ପୁଲିସ୍ ଡିଆଇଜି ପରିଚୟ ଦେଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ‘ମୁଁ ପୁଲିସ୍ ଡିଆଇଜି, ଟଙ୍କା ଦେଲେ ଚାକିରି ପକ୍କା। ତେଣୁ ଯିଏ ଟଙ୍କା ଦେବ, ପୁଲିସ୍ରେ ଭର୍ତ୍ତି କରାଇଦେବି ।ଏପରି ପ୍ରଲୋଭନ ଦେଖାଇ ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀଙ୍କଠାରୁ ଲୁଟି ଚାଲିଥିଲେ ଆଖିବୁଜା ଟଙ୍କା । ହେଲେ ଶେଷରେ ଚାକିରି କଥା ପଡ଼ିଲେ ଆଉ ଧରାଛୁଆଁ ଦେଉ ନ ଥିଲେ। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ଘଟଗାଁ ପୋଲିସ ଜଣେ ୪୨୦ ନକଲି ପୋଲିସ ଅଧିକାରୀ କୁ ଗିରଫ କରିଛି ।
Ad..
ଏହି ନକଲି ଡିଆଜି ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ସେ ଯାଜପୁର, କଟକ, ଭୁବନେଶ୍ୱର, କେନ୍ଦୁଝର ଆଦି ଜିଲ୍ଲାର ବହୁ ଯୁବକଙ୍କଠାରୁ ଟଙ୍କା ଠକି ନେଇଥିବା ଜଣାଯାଇଛି।
Ad..
ସୁଜିତ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲବିଛାଇ କିଛି ଯୁବକଙ୍କଠାରୁ ଟଙ୍କା ଠକି ଚାଲିଥିଲେ ।ହେଲେ ଠକାମିର ଶିକାର ହୋଇଥିବା ଜଣେ ଯୁବକଙ୍କୁ ସନ୍ଦେହ ହେବାରୁ ସେ ଏନେଇ ଥାନାରେ ଅଭିଯୋଗକରିଥିଲା । ଅଭିଯୋଗ ପାଇ ଘଟଗାଁ ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଲଜ୍ରେ ଚଢ଼ାଉ କରି ସୁଜିତଙ୍କୁ କାବୁ କରିଥିଲା।
Ad..
ଚଢ଼ାଉ ସମୟରେ ତାଙ୍କ ନିକଟରୁ ପୁଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହନଗଦ ୧୨ ହଜାର ଟଙ୍କା ଜବତ ହୋଇଛି । ତେବେନିଜକୁ ଆପିଏସ୍ ସ୍ତରର ପୁଲିସ ଅଫିସର କହୁଥିବାଯୁବକଙ୍କ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବାକାରଣରୁ ସନ୍ଦେହ ଘେରକୁ ଆସିବା ସହ ଫସିଯାଇଛନ୍ତିନକଲି ଡିଆଇଜି ।
Ad..
ସୁଜିତ ପଢିଆରୀ ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରିବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୁଲିସ କହିବା ସହ ଚାକିରିକରାଇଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁରେଏକାଧିକ ମାମଲା ରହିଥିବା ଘଟଗାଁ ଏସଡିପିଓ ସୁଶିଲକୁମାର ମିଶ୍ର ସୂଚନା ଦେଇଛି ।
Edited by k.s thakur...





