ମୁସଲିମ ସମ୍ପ୍ରଦାୟର ବିଶାଲ ଶୋଭାଯାତ୍ରା କୁ ଆମ୍ବେଦକର ଯୁବକ ସଂଘ ଦ୍ୱାରା ସ୍ବାଗତ ସମ୍ବନ୍ଧନା...
କଣ୍ଟାବାଞ୍ଜି, ୦୯/୧୦: ଆଜି ମହମ୍ମଦ ପେଗମ୍ବରଙ୍କ ଜନ୍ମ ଜୟନ୍ତୀ ଓ ଇଦ୍ ଉଲ୍ ମିଲଦୁନ୍ନବି ଉପଲକ୍ଷେ ମୁସଲିମ ସମ୍ପ୍ରଦାୟର ଲୋକେ ଆଜି ଆଶ୍ରମ ପଡା ରୁ ଏକ ବିଶାଲ ଶୋଭାଯାତ୍ରା ରେ ବାହାରିଥିଲେ ଓ ସହର ପରିକ୍ରମା କରିଥିଲା।
Ad..
ଏହି ଅଵସର ରେ ଆମ୍ବେଦକର ଯୁବ ସଂଘ ବେହେରେନସିଲେଟ ପକ୍ଷରୁ ଶୋଭାଯାତ୍ରାକୁ ସ୍ବାଗତ ସମ୍ବନ୍ଧନା ଦିଆଯାଇଥଲା ଏବଂ ସଂଗଠନ ତରଫ ରୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ। ପୂର୍ବତନ ବିଧାୟକ ଆୟୁବ ଖାଁ ଓ ସମାଜର ବିଭିନ୍ନ ପଦାଧିକାରୀ ଙ୍କୁ ଫୁଲତୋଡ଼ା ଦେଇ ଯୁବ ସଂଘ ସଦସ୍ଯ ସ୍ବାଗତ କରିଥିଲେ।
Ad..
ଆଜିର ଏହି କାର୍ଯ୍ୟକ୍ରମ ରେ ଆମ୍ବେଦକର ଯୁବ ସଂଘ ସଭାପତି ରୋହନ କୁମାର ମହତ, ଉପଦେଷ୍ଠା ଯୁଗଳ କିଶୋର ଶବର, ତୁଲାରାମ ଜଗତ, ସମ୍ପାଦକ ମହୋନ ସୁନା,ଉପ ସଭାପତି ରାଜେଶ ମହାନନ୍ଦ , କୋଷାଧ୍ୟକ୍ଷ, ସୁମନ ମହତ, ସଦସ୍ଯ, ଦୁର୍ଗେ ତାଣ୍ଡି, ମିଳନ ସୁନା,ରିତିକ ଜାଲ,ଅଭିମନ୍ୟୁ ଜାଲ, ଇଶ୍ବର ସୁନା, ସହ ଅନ୍ଯ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...



