ସଡ଼କ ଦୁର୍ଘଟଣା,ବସ୍ ଓଲଟି ୭ ଜଣ ଯାତ୍ରୀ ଆହତ ...
ଢେଙ୍କାନାଳ, ୦୯/୧୦ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Ad..
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ରାଉରକେଲାରୁ ଯାଜପୁର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ବସ୍ଟି ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
Ad..
ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ଯାତ୍ରୀମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Edited by k.s thakur..


