ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ଶାରଦୀୟ ଅଭିନନ୍ଦନ ଉତ୍ସବ ପାଳିତ...
କଣ୍ଟାବାଞ୍ଜି,୦୯/୧୦ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ମୁରିବାହାଲ ବ୍ଲକ ବାଙ୍କେଲ ସଦରମହକୁମା ମହୁଲପଡା ଖେଳ ପଡିଆଠାରେ ଶନିବାର ଦିନ ଆବାହକ ହଂସରାଜ ଜୈନ ରାଜ୍ୟ ସମ୍ପାଦକ ବିଜେଡ଼ି ତଥା ପୂର୍ବତନ ଅଧ୍ୟକ୍ଷ ମୁରିବାହାଲ ବ୍ଲକ ଙ୍କ ଆହ୍ୱାନକ୍ରମେ ନୁଆଁଖାଇ ଭେଟଘାଟ ଓ ଶାରଦିୟ ଅଭିନନ୍ଦନ ଉତ୍ସବ ୨୦୨୨ ପାଳନ କରାଯାଇଥିଲା।Ad..
ଉକ୍ତ ସଭାରେ ମୁଖ୍ୟଅତିଥିଭାବେ ରାଜେନ୍ଦ୍ର ଢୋଲକିଆ (ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଓଡିଶା ସରକାର), ବିଶିଷ୍ଟ ଅତିଥିଭାବେ କଳିକେଶ ନାରାୟଣ ସିଂଦେଓ(ପୂର୍ବତନ ସାଂସଦ), ସମ୍ମାନନୀୟ ଅତିଥିଭାବରେ ଶ୍ରୀମତୀ ଦେବକୀ ସାହୁ (ଜିଲ୍ଲାପରିଷଦ ଅଧ୍ୟକ୍ଷା ବଲାଙ୍ଗିର), ଅତିଥିଭାବେ ଗିରିରାଜ ସିଂମାଝୀ (ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ବିଶିଷ୍ଟ ଯୁବନେତା ବିଜେଡ଼ି), ଅନ୍ୟତମ ଅତିଥିଭାବେ ଶ୍ରୀମତୀମିଥିଲା ମାଝୀ (ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ବଲାଙ୍ଗିର),ଅତିଥିଭାବେ ଶ୍ରୀମତୀ ଗୋପା ମହାନନ୍ଦ (ଉପସଭାନେତ୍ରୀ ରାଜ୍ୟ ମହିଳା ମୋର୍ଚ୍ଚା ବିଜେଡ଼ି), ଅତିଥିଭାବେ ଶ୍ରୀମତୀ ସୁନ୍ଦରମତୀ ବାଗ (ପୂର୍ବତନ ଉପାଧ୍ୟାକ୍ଷା ମୁରିବାହାଲ ବ୍ଲକ) ଯୋଗଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନକଲ୍ୟାଣ ଯୋଜନାଗୁଡିକ ବିଷୟରେ ସଭାରେ ଉପସ୍ଥିତ ୩୦୦୦ ରୁ ଉର୍ଦ୍ଧ୍ୱ ବିଜେଡ଼ି ସକ୍ରିୟ କର୍ମୀ ମାନଙ୍କୁ ଆବାହକ ହଂସରାଜ ଜୈନ ବୁଝାଇଥିଲେ ।
Ad..
ଏହି ବାର୍ତ୍ତା ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ନିବେଦନ କରିଥିଲେ ଏବଂ ଉକ୍ତ ସଭାରେ ମୁରିବାହାଲ ବ୍ଲକର ସମସ୍ତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ସହିତ କର୍ମଠ ବିଜେଡ଼ି କର୍ମୀ ମାନଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା।
Ad..
ଏହି ସଭାରେ ଉପସ୍ଥିତ ଅନ୍ୟତମ ବିଶିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟ୍ୟରେ ଆସାତୁଲ୍ଲା ଖାନ, ବିଜୟ ବଂଶଲ, ଭବାନୀ ପ୍ରସାଦ ହୋତା, ଦ୍ରୋପଦ ନାଏକ, ମହେଶ ପୁଟେଲ, ମହିଳାନେତ୍ରୀ ଶ୍ରୀମତୀ ରଜନୀ ବାଗ, କଶ୍ୟପ ସରାଫ,ଅଗସ୍ତି ବାଗ, ଲମ୍ବୁଧର ବଗର୍ତ୍ତୀ, ବୁଦ୍ଧଦେବ ମହାକୁର, ଦିଲୀପ ମହାନ୍ତି, ଗୌତମ ଖେତି, ବିଷ୍ଣୁ ଜୁଏଡ଼,ଶ୍ରୀଧର ମାଝୀ, କିଶୋର ବେହେରା, ଖୁସିରାମ ବାଗ, ଈଶ୍ୱର ବେହେରା, ତପନ ଦୀପ, ବିନୋଦ ଦୀପ, ପିଣ୍ଟୁ ଦୀପ, ପୂର୍ଣ୍ଣ ସାହୁ, ଘାଟୁ ପାଣିଗ୍ରାହୀ,ବରୁଣ ଲୁହା, ଚନ୍ଦ୍ର ବାଗ, ତୁଷାର ବାଗ, ପଦ୍ମନ ଘିଭେଲା, ଖେଡୁ ପାଣିଗ୍ରାହୀ, ଶେଷଦେବ ସାହୁ, ଡ଼ିଲୁ ପଟ୍ଟନାୟକ, ରୋହିତ ଟାକ୍ରୀ,ମାନସ ଖମାରୀ,ଶତ୍ରୁଘନ ଥପା , ହୃଷିକେଶ ବାଗ, ପୂର୍ଣ୍ଣ ପୋଢ଼, ପିଣ୍ଟୁ ପୋଢ଼, ହରସି ଚନ୍ଦନ ସହିତ ହଜାର ହଜାର ବିଜେଡ଼ି କର୍ମୀ ଯୋଗଦାନ କରିଥିଲେ। ଉକ୍ତ ସଭାରେ ବିଜେଡ଼ି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
Edited by k.s thakur..




