୭ମ ଶ୍ରେଣୀ ନାବାଳିକା ଛାତ୍ରୀ ପ୍ରସବ ଉପରାନ୍ତେ ମୃତ୍ୟୁ ଘଟଣା: ହଷ୍ଟେଲ ମାଟ୍ରନ ନିଲମ୍ବିତ, ଅନ୍ୟ ମାନଙ୍କୁ କାରଣ ଦର୍ଶାଅ ନୋଟିସ...

୭ମ ଶ୍ରେଣୀ ନାବାଳିକା ଛାତ୍ରୀ ପ୍ରସବ ଉପରାନ୍ତେ ମୃତ୍ୟୁ ଘଟଣା: ହଷ୍ଟେଲ ମାଟ୍ରନ ନିଲମ୍ବିତ, ଅନ୍ୟ ମାନଙ୍କୁ କାରଣ ଦର୍ଶାଅ ନୋଟିସ...

ଫୁଲବାଣୀ,୦୮/୧୦ : କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ୭ମ ଶ୍ରେଣୀ ଛାତ୍ରୀ ପ୍ରସବ ପରେ ମୃତ୍ୟୁ ଘଟଣାରେ ହଷ୍ଟେଲ ମାଟ୍ରନ ରଂଜିତା ବେହେରା କାର୍ଯ୍ୟରୁ ନିଲମ୍ବିତ। ପ୍ରଧାନ ଶିକ୍ଷକ, ସହକାରୀ ଅଧୀକ୍ଷକ, ଏଏନ୍ଏମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା। ଏନେଇ ଆଜି ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।

   Ad..



ଅନ୍ୟପଟେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଝିଅର ମୃତ୍ୟୁ ପାଇଁ ପ୍ରଶାସନର ବେପରୁଆ ମନୋଭାବ ଓ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। 

        Ad..



ବାପା ଅଭିଯୋଗ କରିଛନ୍ତି, ମୃତ ଶିଶୁକୁ ଜନ୍ମ ଦେବା ପରେ ଝିଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା। ପରିବାର ଲୋକ ଝିଅର ଭଲମନ୍ଦ କଥା ହୋଇଥିଲେ। ହେଲେ ହଠାତ ଝିଅର ମୃତ୍ୟୁ କେମିତି ହେଲା, ତାହା ସମସ୍ତଙ୍କୁ ଚକିତ କରିଛି।





Edited by k.s thakur...

Post a Comment

Previous Post Next Post