ପୁଣି ଗୋଟିଏ ଦନ୍ତାର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ...

ପୁଣି ଗୋଟିଏ ଦନ୍ତାର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ...

କରଞ୍ଜିଆ, ୧୧/୧୦ : ଗତକାଲି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଗୋଟିଏ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ବନ ଅଧିକାରୀ ଓ ସୁରକ୍ଷାକର୍ମୀମାନେ ଚମ୍ପାଝର ଫୋରେଷ୍ଟ ବିଟ ଅନ୍ତର୍ଗତ ଡଙ୍ଗାଡ଼ିହା ଗାଁ ମଙ୍ଗଲକଚା ଜଙ୍ଗଲ ନିକଟରୁ ହାତୀର ଶବକୁ ଉଦ୍ଧାର କରିଛନ୍ତି। ହେଲେ ଦନ୍ତା କେମିତି ପ୍ରାଣ ହରାଇଲା, ସେ ବିଷୟରେ ବନ ଅଧିକାରୀମାନେ ମୁହଁ ଖୋଲି ନାହାନ୍ତି।

    Ad..



ଜଙ୍ଗଲ ଭିତରେ ବିଶାଳକାୟ ଦନ୍ତାର ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ଠାକୁରମୁଣ୍ଡା ବନବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଛାନିଭିନ୍‌ କରିବା ସହ ମୃତଦେହକୁ ଜବତ କରିଛନ୍ତି। ମୃତ ଦନ୍ତା ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି।

    Ad..



କୌଣସି ଶିକାରୀ ଏହି ହାତୀଟିକୁ ବିଷ କିମ୍ବା ଗୁଳି କରି ମାରିଦେଇଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ କହିଛି। ହାତୀ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତା’ର ମୃତ୍ୟୁ କେବେ ହୋଇଥିଲା, ସେ କଥା ମଧ୍ୟ ଜଣାପଡ଼ିନି।

         Ad..



ଓଡ଼ିଶାରେ ହାତୀ ବଂଶ ଲୋପ ପାଇବାର ଆଶଙ୍କା ବଢ଼ିବାରେ ଲାଗିଲାଣି। ପ୍ରତିଦିନ ରାଜ୍ୟର ବଭିନ୍ନ ସ୍ଥାନରୁ ଦନ୍ତା କିମ୍ବା ମାଈ ହାତୀର ମୃତ୍ୟୁ ଖବର ଆସୁଛି। ଦୈନିକ ହାତୀଙ୍କ ମୃତ୍ୟୁ ଖବର ପଶୁପ୍ରେମୀଙ୍କୁ ମଧ୍ୟ ବ୍ୟଥିତ କରୁଛନ୍ତି। ସରକାର ଓ ବନ ଅଧିକାରୀମାନେ ହାତୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଥିବା କହୁଛନ୍ତି। ହେଲେ ବାସ୍ତବରେ ହାତୀ କେତେ ସୁରକ୍ଷିତ, ତାହା ପ୍ରତିଦିନ ଆସୁଥିବା ଖବରରୁ ସ୍ପଷ୍ଟ ହେଉଛି।






Edited by k.s thakur...


Post a Comment

Previous Post Next Post