ଆଝି ମହା ଦୁର୍ଗା ସପ୍ତମୀ ଓ ଭାଇ ଜୀଉନ୍ତିଆ ବ୍ରତ..
କଣ୍ଟାବାଞ୍ଜି,୦୨/୦୯ : ଆଝି ହେଉଛି ମହା ଦୁର୍ଗା ସପ୍ତମୀ ଓ ଭାଇ ଜୀଉନ୍ତିଆ ବ୍ରତ। ଏହି ଅବସରରେ ମାଁ ଦୁର୍ଗତି ନାଶିନୀ ଭକ୍ତମାନଙ୍କୁ କାଳ ରାତ୍ରି ସ୍ୱରୂପ ରେ ଦର୍ଶନ ଦେଇଥାନ୍ତି।
Ad...
ଅନ୍ୟ ପଟେ ପଶ୍ଚିମ ଓଡିଶା ରେ ଭାଇ ମାନଙ୍କ ପାଇଁ ଭଉଣୀ ମାନେ ଦିନ ସାରା ବ୍ରତ ରଖି ମାଁ ଦୁର୍ଗା ଙ୍କ ପାଖରେ ଭାଇ ମାନଙ୍କ ଦୀର୍ଘାୟୁ ଓ ସୁ ସ୍ୱାସ୍ଥ୍ୟ ପାଇଁ କାମନା କରିଥାନ୍ତି।
Ad..
ଏହି ଅବସର ରେ କଣ୍ଟାବାଞ୍ଜି ସହରରେ ଦୁକାନ ବଜ଼ାର ରେ ଗହଳି ଲାଗି ରହି ଥିବା ଦେଖିବା କୁ ମିଳିଥିଲା। ନୂଆ କପଡା ସାଙ୍ଗକୁ ପୂଜା ପାଇଁ ଅନେକ ପ୍ରକାରର ଫଳ, ମୂଳ, ଖଳି,ଦନା ସହ ଜୀଉନ୍ତିଆ ବିକ୍ରି ହୋଇଥାଏ।
Ad..
ଜାଗା ଜାଗା ଆଉ ଏକ ନିଆରା ପରମ୍ପରା ଦେଖିବା କୁ ମିଳି ଥାଏ। ତାହା ହେଲା ଝିଅ ମାନେ ରାସ୍ତା ରେ ବଜା ଗଜା ସାଙ୍ଗକୁ ଏକ ଜୁଟ ହୋଇ ସମସ୍ତଙ୍କ ଠାରୁ କିଛି ଟଙ୍କା ମାଙ୍ଗି ଥାନ୍ତି। ଯିଏ ଯାହା ସ୍ୱାଇଛା ରେ ଦେଇ ଥାନ୍ତି ତାହା ନେଇ ପୂଜା ରେ ଉପଯୋଗ କରିଥାନ୍ତି। ଏହା ଅନେକ ବର୍ଷରୁ ଗୋଟିଏ ନିଆରା ପରମ୍ପରା ଭାବରେ ଚାଲିଛି। ସପ୍ତମୀ ଦିନ ଦିନ ସାରା ନ ଖାଇ ନ ପିଇ ବ୍ରତ ରଖି ଭଉଣୀ ମାନେ ନିଜ ନିଜ ଭାଇ ମାନଙ୍କୁ ଅଷ୍ଟମୀ ଦିନ ସକାଳ ସମୟ ରେ ଜୀଉନ୍ତିଆ ବାନ୍ଧିଥାନ୍ତି।
Edited by k.s thakur..




