ଆର ପାରିରେ ପଦ୍ମପୁର ବିଜେଡି ବିଧାୟକ ବିଜୟ ରଞ୍ଜନ ବରିହା...

ଆର ପାରିରେ ପଦ୍ମପୁର ବିଜେଡି ବିଧାୟକ ବିଜୟ ରଞ୍ଜନ ବରିହା...

ବରଗଡ଼,୦୩/୧୦ :ବରଗଡ଼ ଜିଲ୍ଲାର ବିଜେଡି ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗ ସମ୍ପର୍କରେ ପୁଅ ବ୍ରଜରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
          Ad..



କିଛି ଦିନ ହେବ ବିଜୟ ରଂଜନ ସିଂହ ବରିହା ଅସୁସ୍ଥ ଥିଲେ। ସେଥିପାଇଁ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ଆସି ନଥିଲା । ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତଃ ବରିହାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯିବ। ତା’ପରେ ଦଳୀୟ ଅଫିସ୍‌କୁ ନିଆଯିବ। ସେଠାରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା ପରେ ମରଶରୀରକୁ ପଦ୍ମପୁର ନିଆଯିବ ଓ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି।

        Ad..



ସ୍ୱର୍ଗତ ବିଜୟ ରଂଜନ ସିଂ ବରିହା ପଦ୍ମପୁରରୁ ୫ ଥର ନିର୍ବାଚିତ ହୋଇଥିଲେ । ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।  ପ୍ରଥମେ ସେ ୧୯୯୦ ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟ୍‌ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ଏବଂ ୨୦୦୯ରୁ ୨୦୧୪  ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଆଦିବାସୀ ମନ୍ତ୍ରୀ ଭାବେ ବି ଦାୟିତ୍ୱ ତୁଲାଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ପୁଣି ଥରେ ପଦ୍ମପୁର ଆସନରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 

           Ad..



୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ।  ଜଣେ ସଂଗଠକ ଭାବେ ପଶ୍ଚିମ ଓଡ଼ିଶାର ଜଣାଶୁଣା ଚେହେରା ଥିଲେ ବିଜୟ ରଞ୍ଜନ ସିଂହ ବରିହା। ଏବେ ଦଳର ବରଗଡ଼ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ବିଜୟ ରଂଜନ ସିଂହ ବରିହାଙ୍କ ପରଲୋକରେ ବିଭିନ୍ନ ଦଳର ନେତାଏ ଦୁଃଖ ପ୍ରକାଶ କରିଛନ୍ତି।






Edited by k.s thakur...

Post a Comment

Previous Post Next Post