ବିଦ୍ୟୁତ୍ ସଂସ୍ପର୍ଶରେ ରେ ଆସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ..

ବିଦ୍ୟୁତ୍ ସଂସ୍ପର୍ଶରେ ରେ ଆସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ..

ବୌଦ୍ଧ,୦୫/୧୦ : ଆଜି ବିଜୟାଦଶମୀରେ ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ବିଦ୍ୟୁତ୍ ସଂସ୍ପର୍ଶରେ ରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ ବେହେରା।
    Ad..



ଆଜି ପ୍ରାତଃ ସମୟ ରେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବାରୁ ସେଥିରେ ସେ ଲାଗିଯାଇଥିଲେ।  ସୁକାନ୍ତିଙ୍କୁ ବଞ୍ଚାଇବାକୁ ତାଙ୍କ ଦିଅର ସୁଶୀଲ ସେଠାରେ ପହଞ୍ଚି ଥିଲେ। 

    Ad..



ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ଓ ତାରରେ ଲାଗିଯାଇଥିଲେ। ପରେ ସୁକାନ୍ତିଙ୍କ ପୁଅ ସୋହନ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

   Ad..



 ପରେ ଗ୍ରାମବାସୀ ବିଦ୍ୟୁତ କାଟି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।





Edited by k.s thakur...

Post a Comment

Previous Post Next Post