ଵସ୍ ଓଲଟି ପଡ଼ିବାରୁ ଜଣେ ମୃତ, ୪ ଆହତ..

ଵସ୍ ଓଲଟି ପଡ଼ିବାରୁ ଜଣେ  ମୃତ, ୪ ଆହତ..

ନୟାଗଡ଼, ୦୬/୧୦ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଗୋଡିବିଡା ଠାରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

   Ad...



ସୂଚନା ଅନୁସାରେ ମୃତ ମହିଳା ଜଣଙ୍କ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର କଲ୍ୟାଣୀ ପଣ୍ଡା। ଆହତମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

       Ad..



ଗତ ରାତ୍ରି ରେ ଭଞ୍ଜନଗରରୁ କାଳେଶ୍ୱର ନାମକ ଯାତ୍ରୀବାହୀ ବସ୍‌ ଦଶପଲ୍ଲା ଆସୁଥିଲା। ଦଶପଲ୍ଲା ଥାନା ଗୋଡିବିଡାଠାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ି ଥିଲା। ଦଶପଲ୍ଲା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ‌ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଘଟଣାସ୍ଥଳରେ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କର ମୃତ୍ୟୁ ଘଟିଥିଲା। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।  ପୁଲିସ ଘଟଣାର ତଦନ୍ତ କରୁଛି।






Edited by k.s thakur..

Post a Comment

Previous Post Next Post