ସରିଲା ଦଶହରା, ବଜା ଗଜା ହର୍ଷ ଉଲ୍ଲାସ ସହ ମାଁ ଙ୍କୁ ଦିଆ ଗଲା ମେଲାଣି...

ସରିଲା ଦଶହରା, ବଜା ଗଜା ହର୍ଷ ଉଲ୍ଲାସ ସହ ମାଁ ଙ୍କୁ ଦିଆ ଗଲା ମେଲାଣି...



କଣ୍ଟାବାଞ୍ଜ , ୦୬/୧୦ : ସମଗ୍ର ଭାରତ ବର୍ଷ ରେ ଦଶହରା ପରେ ଆଝି ମାଁ ଙ୍କୁ ଦିଆ ଯାଉଛି ମେଲାଣି। ସେହି ପରିପ୍ରେକ୍ଷୀ ରେ ଓଡ଼ିଶା ରେ ମଧ୍ୟ ଯାକ ଯମକ ହର୍ଷ ଉଲ୍ଲଶ ର ସହ ମାଁ ଙ୍କୁ ମେଲାଣି ଦିଆ ଯାଉଛି।
   Ad..



ଅନ୍ୟ ପକ୍ଷରେ ରେ କଣ୍ଟାବାଞ୍ଜି ସହରରେ ବିଗତ କାଲି କିଛି ଦୁର୍ଗା ପୂଜା କମିଟି ପକ୍ଷରୁ ମାଁ ଙ୍କୁ ମେଲାଣି ଦିଆଯାଇଥିଲା। ପୁରୁଣା ବସ୍ତି ସାର୍ବଜନୀନ ଦୁର୍ଗା ପୂଜା କମିଟି ଓ ଇନ୍ଦିରା ଛକ ଦୁର୍ଗା ପଣ୍ଡାଲ ପୂଜା କମିଟି ପକ୍ଷରୁ ମାଁ ଙ୍କ ଭାଷାଣି ଯାତ୍ରା ବଡ଼ ଯାକ ଯମକ ବଜା ଗଜା ଓ ନାଚ ଗୀତ ସହ ପାଳନ କରାଯାଇଥିଲା।
    Ad..



ସେହି ପରି ଆଝି ସାପ୍ତାହିକ ବଜାର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଆଝି ମାଁ ଙ୍କ ମେଲାଣି ନିମନ୍ତେ ବଡ଼ ହର୍ଷ ଉଲ୍ଲାସର ସହ ବଜା ଗଜା ମଧ୍ୟରେ ମାଁ ଙ୍କୁ ମେଲାଣି ଦିଆ ଯାଇଛି। ଏହି କମିଟି ରେ ସଭାପତି ରସିଆନନ୍ଦ ରାଏ, ଉପ ସଭାପତି ଚିନ୍ମୟ ଯୋଶୀ,ସମ୍ପାଦକ ପ୍ରଦୀପ କୁମାର ବାଗ,କୋଷାଧ୍ୟକ୍ଷ ଶଙ୍କର ପୁଟେଲ, କର୍ତ୍ତା ଡ଼ମରୁଧର ବେହେରା, ସଦସ୍ୟ ରମେଶ ବାରିକ,ଶେଷ ପୁଟେଲ, ପ୍ରେମ ବାଗ,ଅଶୋକ ଦାସ, ଘନଶ୍ୟାମ ଗହୀର,ବାବୁଲାଲ କୁମ୍ଭାର, ମଦନ ମୋହନ ବେହେରା,କେଶରୀ ସେଠ ପ୍ରମୁଖ ମେଲାଣି ଯାତ୍ରା ରେ ସାମିଲ ହୋଇଥିଲେ।
   Ad..



ସ୍ଥାନୀୟ ବିଦ୍ୟୁତ ଗ୍ରୀଡ଼ କାର୍ଯ୍ୟାଳୟ ଦ୍ୱାରା ମଧ୍ୟ ମାଁ ଙ୍କୁ ଆଝି ମେଲାଣି ଦିଆ ଯାଇଛି। ସହର ମୁଖ୍ୟ ମାର୍ଗ ଦେଇ ବଜା ଗଜା ନାଚ ଗୀତ ସହ ମାଁ ଙ୍କୁ ମେଲାଣି ଦିଆ ଯାଇଥିଲା। ଏହି କମିଟି ରେ ସଭାପତି ଅବନିକାନ୍ତ ମହାରଣା, ସମ୍ପାଦକ ଇନ୍ଦ୍ର ଶେଖର ସାହୁ,କୋଷାଧ୍ୟକ୍ଷ ଗୁଣେନ୍ଦ୍ର ଦାସ, କର୍ତ୍ତା ଜୟ କୃଷ୍ଣ ଦାସ,ସହଯୋଗୀ ଅଜୟ ବେହେରା,ପ୍ରଭୁ ବେହେରା,ସରୋଜ ସାହୁ,ଛବି ଘିବେଳା, ଅଜୟ ମହାପାତ୍ର, ଉମାକାନ୍ତ ରଣା, ତୀର୍ଥ ବାଗ,ସୌନ୍ଦର୍ଯ୍ୟ ବାଗ ପ୍ରମୁଖ ସାମିଲ ହୋଇଥିଲେ।








Edited by k.s thakur...

Post a Comment

Previous Post Next Post