ହାତୀ ଭାଙ୍ଗିଲେ ଘର, ଛେଞ୍ଚା ଖାଇଲେ ବନ କର୍ମଚାରୀ...
ବଣାଇ, ୦୭/୧୦ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଡେଙ୍ଗେଇଢିପା ଗାଁରେ ଗ୍ରାମବାସୀଙ୍କ ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ଛେଞ୍ଚିଲେ ଗ୍ରାମବାସୀ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Ad..
ଦୀର୍ଘ ଦେଢ଼ ମାସ ହେବ ୨ଟି ଦନ୍ତା ହାତୀ ବଣାଇ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀ ଦୁଇଟି ରାତିରେ ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଲୋକେମାନେ ହାତୀ ଭୟରେ ରାତି ରାତି ଅନିଦ୍ରା ହୋଇ ପିଲାଛୁଆଙ୍କୁ ବାହାରେ ପଡ଼ି ରହୁଛନ୍ତି। ପ୍ରାୟ ଦେଢ଼ ମାସ ଭିତରେ ଦୁଇଟି ଦନ୍ତା ହାତୀ ଦେଢ଼ଶହ ଘର ଭାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Edited by k.s thakur..


