ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା ରେ ୨୫ ମୃତ..

ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା ରେ ୨୫ ମୃତ..

ଡେରାଡୁନ୍‌, ୦୫/୧୦ : ଉତ୍ତରାଖଣ୍ଡ ପାଉରୀ ଗରୱାଲ୍‌ ଜିଲ୍ଲାରେ ବରଯାତ୍ରୀ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ବସ୍ ଭିତରୁ ମୋଟ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

      Ad..



ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇ ଥିବାବେଳେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ପାଖାପାଖି ୫୦ ଜଣ ବରଯାତ୍ରୀଙ୍କୁ ନେଇ ଲାଲଢାଙ୍ଗରୁ ବିରୋନଖାଲ ଯାଉଥିବା ବସ୍ ଭାରସାମ୍ୟ ହରାଇ ସିମ୍‌ଡୀ ଗ୍ରାମ ରିଖ୍‌ନୀଖାଲ୍‌-ବୀରୋଖାଲ୍‌ ରାସ୍ତାରେ ଥିବା ଏକ ଘାଟି ତଳକୁ ଖସି ପଡିଥିଲା ।

    Ad..



ଘାଟି ତଳକୁ ଖସି ଥିବା ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଅନ୍ଧାର ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ SDRF ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

   Ad..



ତେବେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ କୌଣସି ପ୍ରକାର ଆଲୋକ ବ୍ୟବସ୍ଥା ନଥିବା କାରଣରୁ ବସ୍ ଭିତରୁ ଯାତ୍ରୀଙ୍କୁ ବାହାର କରିବାରେ ସମସ୍ୟା ହେଉଥିବା କୁହାଯାଉଛି । ମୋବାଇଲ ଟର୍ଚ୍ଚରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଜଣାଇଛନ୍ତି ।


ଏହି ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।






Edited by k.s thakur...

Post a Comment

Previous Post Next Post