ବ୍ରିଜ ଭୁଶୁଡି ପଡ଼ି ୭ ଆହତ, ଅଳ୍ପକେ ବର୍ତୀଲା ଲୋକଙ୍କ ଜୀବନ ...

ବ୍ରିଜ ଭୁଶୁଡି ପଡ଼ି ୭ ଆହତ, ଅଳ୍ପକେ ବର୍ତୀଲା ଲୋକଙ୍କ ଜୀବନ ...

କାଲାହାଣ୍ଡି,୩୧/୧୦ : ଆଜି ଓଡ଼ିଶାର ଭବାନୀପାଟଣା ଅଞ୍ଚଳରେ ଥୁଆମୁଲ ରାମପୁର ଅଞ୍ଚଳର ମୁଖ୍ୟ ସେତୁ ଭୁଶୁଡି ପଡିଛି।

ଖବର ଅନୁଯାୟୀ, ବ୍ରିଜ ଦେଇ ଯାଉଥିବା ଦୁଇଟି କାର ଭୁଶୁଡ଼ିବା ସମୟରେ ଖସିପଡିଥିଲା।ସେହି ସମୟରେ ରାସ୍ତାରେ ଯାଉଥିବା ଦୁଇଟି କାର୍‌ (ଓଡି୩୩ ୬୮୦୭) ଓ (ଓଡି ୩୩ଟି ୧୦୮୮) ପୋଲ ତଳକୁ ଖସି ପଡିଥିବା ବେଳେ ଉଭୟ କାର୍‌ରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଖୁବ୍ ଶୀଘ୍ର ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।






Edited by k.s thakur...

Post a Comment

Previous Post Next Post