ଓଡିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଆଜି ଠାରୁ ଶୁଭାରମ୍ଭ ...

ଓଡିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଆଜି ଠାରୁ ଶୁଭାରମ୍ଭ ...

ଭୁବନେଶ୍ୱର,୩୧/୧୦ : ଓଡିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଆଜି ଠାରୁ ଶୁଭାରମ୍ଭ। ସାମିଲ ହେବେ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ରାଜ୍ୟର ବରିଷ୍ଠ ନେତା। 

ସମଗ୍ର ଦେଶରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ା ଯାତ୍ରା ଚାଲିଥିବା ବେଳେ, ଆଜିଠୁ ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପଦଯାତ୍ରା ସମୟରେ ରାଜ୍ୟ କଂସେସ ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ ବୋଲି ଜଣାପଡିଛି। ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହୋଇ ୨୨୫୦ କିଲୋମିଟରର ପର୍ଯ୍ୟନ୍ତ ଚାଲିବ ଏହି ପଦଯାତ୍ରା। 

ଏହି ଯାତ୍ରାରେ ରାଜ୍ୟର 20ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ କଭର ହେବ। ଦେଶବ୍ୟାପୀ କଂଗ୍ରେସ ନିଜର ଅସ୍ତିତ୍ବକୁ ବଞ୍ଚାଇବାକୁ ଭାରତ ଯୋଡୋ ଯାତ୍ରାର ଆୟୋଜନ କରିଥିବା ବେଳେ ଆଜିଠୁ ଓଡିଶା ଏଥିରେ ସାମିଲ ହେବ।






Edited by k.s thakur...

Post a Comment

Previous Post Next Post