ଘର ଭିତରୁ ଉଦ୍ଧାର କରାଗଲା, ଗୋଟିଏ ପରିବାରର ୪ ମୃତଦେହ ...

ଘର ଭିତରୁ ଉଦ୍ଧାର କରାଗଲା, ଗୋଟିଏ ପରିବାରର ୪ ମୃତଦେହ ...

ବରଗଡ଼, ୩୧/୧୦ : ବରଗଡ଼ଜିଲ୍ଲାର ଭେଡେନ ବ୍ଲକ ଜାମଡୋଲ ଗାଁରେ ହଇଚଇ। ଘର ଭିତରୁ ଉଦ୍ଧାର କରାଯାଇଛି ଗୋଟିଏ ପରିବାରର ୪ ମୃତଦେହ।

କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନି। ତେବେ ଆଜି ମୃତଦେହ ମିଳିଥିବା ବେଳେ ପ୍ରାୟ ଦୁଇ ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗୋଟିଏ ପଟେ ଏହି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଥିବା ବେଳେ ଅନ୍ୟପଟେ ଏଭଳି ଦୁଃଖଦ ଘଟଣା ଘଟିଛି।

ପୁଲିସ ସୂଚନା ଦେଇଛି ଯେ, ଗତ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଭେଡେନ ପୁଲିସ ପାଖକୁ ଏନେଇ ଫୋନ୍ ଆସିଥିଲା। ଜାମଡୋଲ ଗ୍ରାମର ବନ୍ଧପଡ଼ା ୟୁପି ସ୍କୁଲ୍ ପାଖରେ ଥିବା ଶେଷ ମେହେରଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଛି। କିଛି ଅଘଟଣ ଘଟିଥିବା ଲୋକେ ସନ୍ଦହ କରୁଛନ୍ତି। ଏଭଳି ଖବର ପାଇ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର ଆଉ ତାଙ୍କ ଷ୍ଟାଫ ପହଞ୍ଚି ଥିଲେ। ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘର ଖୋଲା ହୋଇଥିଲା।





Edited by k.s thakur...

Post a Comment

Previous Post Next Post