ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ...

ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ...

କଣ୍ଟାବାଞ୍ଜି, ୩୧/୧୦ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନସ୍ଥ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ ହୋଇଥିଲା।

ତୁରେକେଲା କ୍ଳଷ୍ଟରର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ କାଦୋବେଡା କ୍ଳଷ୍ଟର ସଂଯୋଜକ ଶ୍ରୀ ପ୍ରେମରାଜ ପାଣିଗ୍ରାହୀ,ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ତାଣ୍ଡି, ରଜନୀ ମେହେର, ଶୁଭଦୀପ୍ତା ଦାଶ,ଟିକେଶ୍ୱରୀ ସେଠ,ହିମାଂଶୁ ସାହୁଆଦି ଉପସ୍ଥିତ ଥିଲେ।

ସଂଯୋଜକ ଶ୍ରୀ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରେଇଥିଲେ।ତାପରେ ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ଉପରେ ଆଲୋକପାତ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବାକୁ ପରାମର୍ଶ ଦେଇଥିଲେ।

ସେହିପରି ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଭିଜିଲାନ୍ସ ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ଶିକ୍ଷକ ଶ୍ରୀ ମନୋଜ କୁମାର ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।






Edited by k.s thakur....

Post a Comment

Previous Post Next Post