ଛକ ନିର୍ମାଣ କୁ ବିରୋଧ କରି ରାସ୍ତା ଅବରୋଧ..

ଛକ ନିର୍ମାଣ କୁ ବିରୋଧ କରି ରାସ୍ତା ଅବରୋଧ..

କଣ୍ଟାବାଞ୍ଜି, ୦୩/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସିପକାପଡ଼ା ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ପୂର୍ବରୁ ଗୋଟିଏ ଛକ ନିର୍ମାଣ କୁ ବିରୋଧ କରି ସିପକା ପଡ଼ା ଆମ୍ବେଦକର ସଙ୍ଘ ପକ୍ଷରୁ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ।

        Ad..



ସୂଚନା ଅନୁସାରେ ତେରାପଂଥ ଜୈନ ସମାଜ ପକ୍ଷରୁ ସମାଜ ର ଜଣେ ବାବା ଙ୍କ ନାଁ ରେ ଛକ ନିର୍ମାଣ କରାଯାଉଥିଲା। ଯାହାକୁ ବିରୋଧ କରି ସିପକା ପଡ଼ା ଆମ୍ବେଦକର ସଙ୍ଘ ର ସଦସ୍ୟ ମାନେ ରାସ୍ତା ଅବରୋଧ କରିବା ସହ ଉକ୍ତ ଛକ କୁ ବାବା ସାହେବ ଆମ୍ବେଦକର ଛକ କରିବା ଦାବି କରିଥିଲେ।

        Ad..



କିଛି ଘଣ୍ଟା ପର୍ଯ୍ୟନ୍ତ କଣ୍ଟାବାଞ୍ଜି ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ଦେଇ ତୁରେକେଲା ଯିବା ରାସ୍ତା ଅବରୋଧ ହୋଇଥିଲା। ପରେ ସ୍ଥାନୀୟ ଏନଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଘଟଣା ସ୍ଥଳରେ ପହଞ୍ଚି ଦାବି ପୂରଣ କରିବା ଆଶ୍ୱାସନା ଦେବା ପରେ ଆନ୍ଦୋଳନ କାରି ମାନେ ଆନ୍ଦୋଳନ ରୁ ଓହରି ଥିଲେ।

        Ad..



ଏହି ଆନ୍ଦୋଳନରେ ମନୁ ସିପକା,ବଣ୍ଟୁ ଖୁରା,ଲାଲୁ ତାଣ୍ଡି,ଭଜ ସିପକା,ସୁରେଶ ଖୁରା, କମାବେଶ୍ୱର ତାଣ୍ଡି, ବିର ସିପକା ଓ ଅନ୍ୟ ପଡ଼ା ବାସିନ୍ଦା ସାମିଲ ଥିଲେ।





Edited by k.s thakur...

Post a Comment

Previous Post Next Post