ମାଁ ମଣିକେଶ୍ୱରୀ ଙ୍କ ଚତର ଯାତ୍ରା, ରକ୍ତ ରଞ୍ଜିତ ସହର ମୁଖ୍ୟ ମାର୍ଗ...
ଭବାନୀପାଟଣା, ୦୩/୧୦: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ଆଜି ପ୍ରସିଦ୍ଧ ଛତର ଯାତ୍ରା। ଦୁଇ ବର୍ଷ କୋରାନା ମହାମାରୀ ପରେ ଏହି ବର୍ଷ ଭକ୍ତଙ୍କ ଗହଳି ରେ ପରିପୂର୍ଣ୍ଣ ଭବାନୀପାଟଣା ସହର।ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର ମୁଖ୍ୟ ରାସ୍ତାରେ ଶହଶହ କୁକଡ଼ା, ବୋଦା ଓ ଛେଳି ବଳି ପଡ଼ିଥିଲା। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଂଜିତ ହୋଇଥିଲା ଭବାନୀପାଟଣାର ମୁଖ୍ୟ ରାସ୍ତା। ମାଆ ମାଣିକେଶ୍ୱରୀଙ୍କ ଛତର ଦର୍ଶନ ପାଇଁ ଜମିଥିଲା ହଜାର ହଜାର ଭକ୍ତଙ୍କ ଭିଡ଼।
Ad..
ମହାଷ୍ଟମୀ ରାତିରେ ଗୁପ୍ତପୂଜା ହୋଇଥିଲା ଓ ମା’ଙ୍କ ପୀଠରେ ଅଷ୍ଟବଳି ପଡିଥିଲା। ପରେ ମନ୍ଦିରର ଉତ୍ତର ବେଢାରେ ଥିବା ମହାକାଳ ଭୈରବଙ୍କ ପାଖରେ ପୋଢ଼ବଳି ଦିଆଯିବା ପରେ ମା’ଙ୍କ ଛତରକୁ ଭବାନୀପାଟଣା ସହର ଉପକଣ୍ଠରେ ଥିବା ଜେନାଖାଲରୁ ଆଜି ଭୋର ସକାଳ ୫ଟାରେ ମାଙ୍କର ବିଜୟ ଛତର ବାହାରିଥିଲା। ପରେ ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲକୁ ଏହି ଛତର ନିଆଯାଇଥିଲା।
Ad..
କଳାହାଣ୍ଡିର ଜେନା ବାଦ୍ୟ ଓ ଘୁମୁରା ବାଦ୍ୟର ତାଳେ ତାଳେ ଛତର ଆସିଥିଲା। ଏହାପରେ ମହାନବମୀର ପ୍ରାତଃ କାଳରେ ମା’ଙ୍କର ବିଜୟ ପ୍ରତିମା ଛତର ରାଜ ଉଆସ ମଧ୍ୟରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Edited by k.s thakur...



