ପେଟ୍ରୋଲ ପମ୍ପ ରେ ଦିଆଯାଉଥିଲା କମ୍ ତେଲ ? ଲୋକେ ଅଭିଯୋଗ କରିବା ପରେ ତନା ଘନା...
କଣ୍ଟାବାଞ୍ଜି, ୦୪/୧୦: କଣ୍ଟାବାଞ୍ଜି ରୁ ବଲାଙ୍ଗୀର ଯିବା ମୁଖ୍ୟ ମାର୍ଗ ଲଥାକେନ୍ ଛକ ପୂର୍ଵ ରୁ ଥିବା ଗୋଟିଏ ପେଟ୍ରୋଲ ପମ୍ପ ରେ ଗ୍ରହକଙ୍କୁ କମ୍ ତେଲ ଦେଇ ଠକୁ ଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଲଥାକେନ୍ ଛକ ପୂର୍ଵ ରୁ ଥିବା ବନମାଳୀ ପେଟ୍ରୋଲ ପମ୍ପ ରେ ସୋମବାର ଅପରାନ୍ହ ସମୟରେ କିଛି ଲୋକ ପେଟ୍ରୋଲ ଭରିବା ପାଇଁ ଯାଇଥିଲେ। ୫ ଲିଟର ପେଟ୍ରୋଲ ମଙ୍ଗିବାରୁ ବାହାରି ଥିଲା ୫ ଲିଟର ରୁ କମ୍ ତେଲ। ଲୋକେ ସେଠି ହୋହଲା ମଧ୍ୟ କରିଥିଲେ।
Ad...
ଲୋକଙ୍କ ଅଭିଯୋଗ ଅନୁସାରେ ସେହି ପେଟ୍ରୋଲ ପମ୍ପ ରେ ୫ ଲିଟର ତେଲ ଜାଗା ରେ ବାହାରି ଥିଲା ୪.୫୦୦ ଲିଟର ତେଲ। ଥରେ ନୁହେଁ ଅନେକ ଥର ପେଟ୍ରୋଲ ନପା ଯିବାରୁ ମଧ୍ୟ ତେଲ ର ମାତ୍ରା କମ୍ ବାହାରି ଥିଲା।
Ad..
କିଛି ସମୟ ପରେ ପେଟ୍ରୋଲ ପମ୍ପ ମାଲିକ ଓ ପୋଲିସ ଘଟଣା ସ୍ଥଳ କୁ ପହଂଚି ଥିଲେ। ଇଣ୍ଡିଆନ ଓଏଳ କମ୍ପାନୀ ରୁ ଓଜନ ଓ ପରିମାଣ ର ଦେଖା ରେଖା କରୁଥିବା ଗୌତମ ରଣା ନାମକ ଅଧିକାରୀ ପହଂଚି ତେଲ ନାପି ଦେଖି ଥିଲେ। ତେଲ ର ପରିମାଣ ସଠିକ ବାହାରି ଥିବା କହିଥିଲେ ଓ ତେଲ ନାପି ମଧ୍ୟ ଦେଖାଇ ଦେଇ ଥିଲେ।
Ad..
ଏ ବାବଦ କୁ ଇଣ୍ଡିଆନ ଓଏଳ କମ୍ପାନୀ ରୁ ଓଜନ ଓ ପରିମାଣ ର ଦେଖା ରେଖା କରୁଥିବା ଗୌତମ ରଣା ଙ୍କୁ ପଚାରିବାରୁ କହିଛନ୍ତି ଯେ ମୁଁ ନିଜେ ଯାଇ ସବୁ ଚେକ୍ କରି ଦେଖିଥିଲି, ସବୁ ଠିକ ଥିଲା।
Ad..
ଅନ୍ୟ ଉପରିସ୍ତ ଅଧିକାରୀ(S.O) ଋଷବ ମିଶ୍ର ଙ୍କୁ ଫୋନ୍ ମଧ୍ୟରେ ପଚାରିବାରୁ କହିଛନ୍ତି ଯେ ଆମ ଜଣେ ଅଧିକାରୀ ଯାଇ ସବୁ ଚେକ୍ କରି ଦେଖିଥିଲେ। ସବୁ ଠିକ୍ ବାହାରି ଥିବା ଜଣା ପଡିଛି। କିନ୍ତୁ ଆମ ୱେବସାଇଟ ରେ କିଛି ଗ୍ରାହକ ଅଭିଯୋଗ କରିଛନ୍ତି ଯେ ସେ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ କମ୍ ଦିଆଯାଉଛି।ସେ ବାବଦ କୁ ମଧ୍ୟ ଗୋଟିଏ ମାମଲା ରୁଜୁ କରାଯାଇଛି। ଯଦି କିଛି ଅନିୟମିତତା ଦେଖା ଯାଏ ତେବେ ଉପରୁକ୍ତ ପେଟ୍ରୋଲ ପମ୍ପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Edited by k.s thakur...





