ଥମୁନି ଜନନୀ ଯନ୍ତ୍ରଣା ର ଦୁଃଖ, ବେଡସିଟ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ବୋହି ନେଲେ ଗାଁଲୋକେ...

ଥମୁନି ଜନନୀ ଯନ୍ତ୍ରଣା ର ଦୁଃଖ, ବେଡସିଟ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ବୋହି ନେଲେ ଗାଁଲୋକେ...

ବାଲେଶ୍ୱର,୧୫/୧୦ :  ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ବଇଁଚା ପଂଚାୟତ ନିଶ୍ଚିନ୍ତା ଗାଁର ମହାଳିକ ସାହିରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଗାଁର ଜଗନ୍ନାଥ ମହାଳିକଙ୍କ ପତ୍ନୀଙ୍କର ଜନନୀ ଯନ୍ତ୍ରଣା ହେବାରୁ ଗାଁର ଲୋକେ ଏକ ବେଡ଼ ସିଟ ସାହାଯ୍ୟରେ କାଦୁଅ ପଚ ପଚ ରାସ୍ତାରେ ବୋହି ନେଉଥିବା ବେଳେ ରାସ୍ତା ଉପରେ ପ୍ରସବ କରିଥିଲେ।
   Ad..



ପରେ ଲୋକେ ମୁଖ୍ୟ ରାସ୍ତାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଛନ୍ତି। ଏଘଟଣା ରାଜ୍ୟରେ ନୂଆ ନୁହେଁ। ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ବି ଏନେଇ କୌରଓି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। 

   Ad..



ଯେଉଁଥିପାଇଁ ବିିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଛି। କେବଳ ସେତିକି ନୁହେଁ, ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁଲୋକେ। ରାସ୍ତା ନଥିାବରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଆପଣଙ୍କ ସମ୍ମୁଖରେ।







Edited by k.s thakur...

Post a Comment

Previous Post Next Post