ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ବ ହାତଧୁଆ ଓ ବିଦ୍ୟାର୍ଥୀ ଦିବସ ପାଳିତ...

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ବ ହାତଧୁଆ ଓ ବିଦ୍ୟାର୍ଥୀ ଦିବସ ପାଳିତ...

କଣ୍ଟାବାଞ୍ଜି,୧୫/୧୦ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ଓ ବିଶ୍ବ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ  କୈବଲ୍ୟ ମାଝୀ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ସଭ୍ୟ ମଙ୍ଗଳା ଭୋଇ, ଶିକ୍ଷକ ମନୋଜ କୁମାର ତାଣ୍ଡି ଓ ବିଶେଶ୍ୱର ମୁଦୁଲି ଉପସ୍ଥିତ ଥିଲେ।
        Ad..



ସର୍ବ ପ୍ରଥମେ ଶ୍ରୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ କରିଥିଲେ।ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗଛ୍ଛ ଦେଇ ସ୍ୱ।ଗତ କରିଥିଲେ।ପ୍ରାକ୍ତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀ ତଥା ବିଶ୍ବ ବିଦ୍ୟାର୍ଥୀ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।

   Ad..

ତାପର ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ।ଶ୍ରୀ ଦାଶ କାଲାମଙ୍କ ବିଷୟରେ ଆଲୋକପାତ କରିଥିଲେ।ତାପରେ ଆଜିର ଦିନକୁ ବିଶ୍ବ ହାତଧୁଆ ଦିବସ ରୂପେ ପାଳନ କରାଯାଉଥିବାରୁ ତାର ମହତ୍ତ୍ଵ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ହାତ ଧୋଇବାର ସୋପାନ ବତେଇବା ସହିତ ସମସ୍ତେ ମିଶି ହାତ ଧୋଇଥିଲେ।





Edited by k.s thakur..

Post a Comment

Previous Post Next Post