ଗଜଲକ୍ଷ୍ମୀ ପୂଜା ସମାପନୀ ଉତ୍ସବ, ହଜାର ହଜାର ଲୋକଙ୍କ ଗହଳି...

ଗଜଲକ୍ଷ୍ମୀ ପୂଜା ସମାପନୀ ଉତ୍ସବ, ହଜାର ହଜାର ଲୋକଙ୍କ ଗହଳି...

କଣ୍ଟାବାଞ୍ଜି,୧୪/୧୦ : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ ନୂନହାଡ଼ ଗ୍ରାମ ରେ ବିଗତ ୫ ଦିନରୁ ଚାଲି ଥିବା ମାଁ ଗଜଲକ୍ଷ୍ମୀ ପୂଜା ସମାପନ ହୋଇଛି।ଏହି ଅବସରରେ ବିଗତ କଲି ଗୁରୁବାର ଦିନ ରାତ୍ରୀ ସମୟରେ ହଜାର ହଜାର ଲୋକ ଙ୍କ ଗହଳି ଲାଗିଥିଲା ନୂନହାଡ଼ ଗ୍ରାମରେ।
    Ad..



ପୂଜା କମିଟି ପକ୍ଷରୁ ସୁରୁଖୁରୁରେ ପୂଜାର୍ଚ୍ଚନା ସହ ଲୋକଙ୍କ ମନୋରଞ୍ଜନ ଓ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ମିନା ବଜ଼ାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା,ଦଣ୍ଡ ନୃତ୍ୟ ପରିକା ମୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଲୋକଙ୍କ ଗହଳି ରାତି ସାରା ଲାଗି ରହିଥିଲା।

   Ad..



୩୭ ତମ ଗଜଲକ୍ଷ୍ମୀ ପୂଜା ଆୟୋଜକ କମିଟି ରେ ଏହି ବର୍ଷ ସଭାପତି ଭୋଳନାଥ ସାହୁ,ଉପସଭାପତି ସପନେଶ୍ୱର ମଲ୍ଲିକ, ସମ୍ପାଦକ ପ୍ରମୋଦ ମେହେର, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ପୁଟେଲ,କୋଷାଧ୍ୟକ୍ଷ ମହାଦେବ ମେହେର, ଉପଦେଷ୍ଟା କମିଟି ସଭାପତି ମହେଶ୍ୱର ସାହୁ,ସରପଞ୍ଚ ଶ୍ରୀମତୀ ବିଳାସିନୀ ମେହେର,ସମିତି ସଭ୍ୟ ଭାଇମଣି ଧରୁଆ,ଉପଦେଷ୍ଟା ଉପସଭାପତି ବିଜୟ କୁମାର ସାହୁ,ଭାମାରଥୀ ପୁଟେଲ ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମ ର ସଞ୍ଚାଳନ କରୁଥିଲେ।ଗ୍ରାମ୍ୟ କମିଟି ସମ୍ପାଦକ ସୁରେଶ ମେହେର ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





Edited by k.s thakur...

Post a Comment

Previous Post Next Post