ଭଡ଼ା ଘରେ ଚାଲିଥିଲା ଦେହ ବେପାର,୮ ମହିଳା ଉଦ୍ଧାର ୩ ଅଟକ...

ଭଡ଼ା ଘରେ ଚାଲିଥିଲା ଦେହ ବେପାର,୮ ମହିଳା ଉଦ୍ଧାର ୩ ଅଟକ...

ବଲାଙ୍ଗୀର ,୧୪/୧୦: ବଲାଙ୍ଗୀର ସହରରେ ଗୋଟିଏ ଭଡ଼ା ଘରେ ଚାଲିଥିଲା ଦେହବେପାର। ଆଉ ଦେହବେପାରରେ ଲାଗୁଥିଲେ ବେଙ୍ଗଲୀ ସୁନ୍ଦରୀ। ସେଥିପାଇଁ ପ୍ରତିଦିନ ସନ୍ଧ୍ୟା ବେଳେ ଲାଗୁଥିଲା ଗ୍ରାହକଙ୍କ ଭିଡ଼। 

        Ad..



ଗତ ସନ୍ଧ୍ୟା ସମୟରେ ସେହି ଘରେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ଚଢ଼ଉ କରି ୪ ବେଙ୍ଗଲୀ ରୁପଜୀବୀଙ୍କ ସମେତ ୮ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ରାଣୀ ମହୁମାଛି ଓ ୩ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି।

   Ad..



ବଲାଙ୍ଗିର ସହର ଶାସ୍ତ୍ରୀନଗର ପଡାରେ ତିଆରି ହୋଇଛି ଦୁଇ ମହଲା ବିଶିଷ୍ଟ ଘର। ସେହି ଘରଟିକୁ ପାଟଣାଗଡ଼ ଅଞ୍ଚଳର ଜଣେ ମହିଳା ଭଡ଼ାରେ ନେଇଥିଲେ। ମାସକୁ ମୋଟା ଅଙ୍କର ଭଡ଼ା ଦେଉଥିଲେ। ମହିଳା ଜଣକ ସେହି ଘରେ ଦେହଜୀବୀଙ୍କୁ ରଖି ଦେହ ବେପାରରେ ନିୟୋଜିତ କରାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଗତ ସନ୍ଧ୍ୟା ବେଳେ ଟାଉନ୍‌ ଥାନା ପୁଲିସ୍‌ ହଠାତ ସେହି ଘରେ ଚଢ଼ଉ କରିଥିଲା।







Edited by k.s thakur...

Post a Comment

Previous Post Next Post